ସନ୍ଷ୍ଟାର ଟିଭି ବ୍ୟୁରୋ
ଯେଉଁମାନଙ୍କର ଦାନ୍ତ ବିନ୍ଧା ହେଉଥିବ ସେମାନେ ହିଁ ଜାଣିଛନ୍ତି ଦାନ୍ତ ବିନ୍ଧା କେତେ ଯନ୍ତ୍ରଣା ଦାୟକ ଅଟେ । ଦାନ୍ତ ବିନ୍ଧା ହେଲେ କେବଳ ଯେ ଦାନ୍ତରେ କଷ୍ଟ ହୁଏ ତାହା ନୁହେଁ, ଦାନ୍ତ ସହ ଏହା ବେକ , ମୁଣ୍ଡକୁ ମଧ୍ୟ ଖୁବ ଯନ୍ତ୍ରଣା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାର ଉପଚାର ।
ଲବଙ୍ଗ
ଯଦି ଆପଣଙ୍କ ଦାନ୍ତ ବା ମାଢିରେ ଯନ୍ତ୍ରଣା ହେଉଛି ତେବେ ଏକ ଲବଙ୍ଗ ନେଇ କଷ୍ଟ ହେଉଥିବା ସ୍ଥାନରେ ଜାକି ରଖନ୍ତୁ । କିଛି ସମୟ ପରେ କଷ୍ଟରୁ ମୁକ୍ତି ମିଳିବ।
ଗରମ ପାଣି
ଦାନ୍ତ ବିନ୍ଧିବାରୁ ରକ୍ଷା ପାଇବା ପାଇଁ ଗରମ ପାଣି ମଧ୍ୟ ସାହାଯ୍ୟ କରିଥାଏ। ପାଣିକୁ ଅଳ୍ପ ଗରମ କରି ବିନ୍ଧୁଥିବା ସ୍ଥାନରେ ୧୦ରୁ ୧୫ ମିନିଟ ଯାଏଁ ସେକ ଦିଅନ୍ତୁ ଓ କୁଳୁକୁଳି କରନ୍ତୁ । କିଛି ସମୟ ପରେ ଉପଶମ ମିଳିବ ।
ପିଜୁଳି ପତ୍ର
ଯଦି ଘରର ପାଖରେ ପିଜୁଳି ଗଛ ଅଛି ତେବେ ଏହା ଦାନ୍ତ ବିନ୍ଧାରୁ ମୁକ୍ତି ପାଇବା ପାଇଁ ବେଶ୍ ଫଳପ୍ରଦ ହେବ ।ପିଜୁଳି ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ । କିଛି କଅଁଳିଆ ପିଜୁଳି ପତ୍ରକୁ କିଛି ସମୟ ଚୋବାଇଲେ ଦାନ୍ତ ବିନ୍ଧା କମିଥାଏ ।
ପିଆଜ
ପିଆଜରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିସେପ୍ଟିକ ଗୁଣ ଅଧିକ ମାତ୍ରାରେ ରହିଥାଏ । ଦାନ୍ତ ବିନ୍ଧୁଥିଲେ ପିଆଜ ରସକୁ ଦାନ୍ତ ଓ ମାଢିରେ ତୁଳା ସାହାଯ୍ୟରେ ସେକ ଦେଲେ ଦାନ୍ତ ବିନ୍ଧା କମିଥାଏ ।