ସନ୍ଷ୍ଟାର ଟିଭି ବ୍ୟୁରୋ
ପାଣି ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ଦୈନିକ ଅତିକମରେ ୮ରୁ ୧୦ ଗ୍ଲାସ ପାଣି ପିଇବା ଉଚିତ । କିନ୍ତୁ ପାଣି ପିଇବାର ସଠିକ ସମୟ ଥାଏ ଓ ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ । ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡିକ ବିଷୟରେ ।
ଭଜା ଚଣା/ବୁଟ
ଭଜା ଚଣା ବା ବୁଟ ଖାଇସାରିବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । କାରଣ ଚଣାକୁ ହଜମ ହେବା ପାଇଁ ପିତ୍ତ ଆବଶ୍ୟକ ହୋଇଥାଏ । କିନ୍ତୁ ପାଣି ପିଇବା ଦ୍ବାରା ଏହା କମ୍ କାର୍ଯ୍ୟ କରିଥାଏ ସେଥିପାଇଁ ହଜମ ହୋଇପାରେ ନାହିଁ ଓ ପେଟ ସମସ୍ୟା ଦେଖାଯାଇଥାଏ ।
ପିଜୁଳି
ପିଜୁଳି ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ । କାରଣ ଏଥିରେ ପ୍ରୋଟିନ ଭରପୁର ଥାଏ । ଲୁଣ ଓ ଲଙ୍କା ଲଗାଇ ପିଜୁଳି ଖାଇବାକୁ ବେଶୀ ଭଲ ଲାଗିଥାଏ । ଓ ଲୁଣ ଲଙ୍କା ଲଗାଇ ପରେ ପାଣି ପିଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ପିଜୁଳି ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ପାଣି ପିଇବା ଦ୍ଵାରା ଗ୍ୟାସ ସମସ୍ୟା ଦେଖାଯିବାର ବହୁତ ସମ୍ଭାବନା ଥାଏ । ଏହାର କାରଣ ହେଉଛି ପିଜୁଳିର ମଞି ।ପିଜୁଳି ମଞିକୁ ହଜମ ହେବାକୁ ଅଧିକ ସମୟ ଲାଗିଥାଏ । ପାଣି ପିଇବା ଦ୍ଵାରା ଏହା ହଜମ କ୍ରିୟାକୁ ପ୍ରଭାବିତ କରିଥାଏ ।
ଆଇସକ୍ରିମ
ଆଇସକ୍ରିମ ଖାଇବା ସାରିବା ପରେ ପାଣି ପିଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ଆଇସକ୍ରିମ ଖାଇ ସାରିବା ପରେ ପାଣି ପିଇବା ଦ୍ଵାରା ଗଳାରେ ସମସ୍ୟା ଦେଖାଯାଇଥାଏ ଓ ଦାନ୍ତରେ ସେନ୍ଟିଭିଟିର ସମସ୍ୟା ଦେଖାଯାଏ ।
ଚା ଓ କଫି
ଚା ପିଇବା ପରେ ପାଣି ପିଇବା ଅନେକ ଲୋକଙ୍କର ଅଭ୍ୟାସ ଅଟେ । କିନ୍ତୁ ଏହି ଅଭ୍ୟାସକୁ ତୁରନ୍ତ ବଦଳାଇବାକୁ ଚେଷ୍ଟା କରନ୍ତୁ । ଚା ବା କଫି ପିଇବା ପରେ ୨୦ରୁ ୨୫ ମିନିଟ ଯାଏଁ ପାଣି ପିଇବା ଉଚିତ ନୁହେଁ । ଏହା ଦ୍ଵାରା କୋଷ୍ଠକାଠିନ୍ୟ ଓ ପେଟ ବଢି ଥାଏ ।
ଫଳ
କଦଳୀ, ସେଓ, ନାସପାତି, ଡାଳିମ୍ଵ ଆଦି କୋଣସି ଫଳ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ ।କାରଣ ପ୍ରାୟ ସବୁ ଫଳରେ ଶର୍କରା ବା ସାଇଟ୍ରିକ ଏସିଡ୍ ର ପରିମାଣ ଅଧିକ ଥାଏ । ପାଣି ପିଇବା ଦ୍ଵାରା ହଜମ ନହେବା ,ଶର୍କରା ସ୍ତର ବଢିବା ପରି ଗୁରୁତତର ସମସ୍ୟା ହୋଇପାରେ । କେବଳ ଅଳାଁ ଖାଇବା ପରେ ପାଣି ପିଇଲେ କିଛି ଅସୁବିଧା ହୋଇନଥାଏ ।
ଚିନି ଓ ମଇଦାରେ ପ୍ରସ୍ତୁତ ଖାଦ୍ୟ
କୌଣସି ମଇଦାରେ ତିଆରି ଖାଦ୍ୟ ବା ମିଠା ଯୁକ୍ତ ଖାଦ୍ୟ ଖାଇବା ପରେ ପାଣି ପିଇବା ଦ୍ଵାରା ରକ୍ତରେ ଶର୍କରାର ପରିମାଣ ବହୁତ ବଢିଯାଇଥାଏ । ତେଣୁ ଡାଇବେଟିସ ବା ମଧୁମେହ ରୋଗର କାରଣ ସାଜିପାରେ ।
ଯେ କୌଣସି ଖାଦ୍ୟ ଖାଇସାରିବାର କିଛି ସମୟ ପରେ ହିଁ ପାଣି ପିଇବା ଉଚିତ । ଯାହା ଫଳରେ ପାଚନ କ୍ରିୟା ସଠିକ ରୂପେ ହୋଇପାରିବ ।