ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନାଭାଇରସ୍ ସଂକ୍ରମଣରେ ବୃଦ୍ଧି ଘଟୁଥିବା କାରଣରୁ ନିର୍ଦ୍ଧାରିତ କରାଯାଇଥିବା ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା ବାତିଲ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) ନଭେମ୍ବର ୨୬ ତାରିଖରେ ଜାରି କରିଥିବା ଏକ ସର୍କ୍ୟୁଲାର୍ରେ କୁହାଯାଇଛି ଯେ ଭାରତକୁ ଆସୁଥିବା ଏବଂ ଭାରତରୁ ଯାଉଥିବା ସମସ୍ତ ନିର୍ଦ୍ଧାରିତ ଆନ୍ତର୍ଜାତିକ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ସେବା ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ। କିନ୍ତୁ, ମାଲବାହୀ ବିମାନ ଚଳାଚଳ ଏବଂ ‘ଡିଜିସିଏ’ ଅନୁମୋଦିତ ବିମାନ ସେବା ଉପରେ ଏହି କଟକଣା ଲାଗୁହେବ ନାହିଁ । କ୍ଷେତ୍ର ବିଶେଷରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଅଳ୍ପ କେତେକ ରୁଟ୍ରେ ଆନ୍ତର୍ଜାତିକ ବିମାନ ଚାଲିପାରିବ ‘ଡିଜିସିଏ’ ବୋଲି କହିଛି । ପୂର୍ବରୁ ‘ଡିଜିସିଏ’ ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବାତିଲ କରିଥିଲା।