ସନ୍ଷ୍ଟାର ଟିଭି ବ୍ୟୁରୋ
ଶିକ୍ଷାନୁଷ୍ଠାନ ପାଠ୍ୟକ୍ରମ ବା ‘ସିଲାବସ୍’ରେ ‘ସାଇବର୍ ସିକ୍ୟୁରିଟି ଆଲର୍ଟନେସ୍’ ପ୍ରଚଳନ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟସୂତ୍ରରୁ ଜଣାପଡ଼ିଛି। ପ୍ରଥମେ ଏହା ଉଚ୍ଚ ଶିକ୍ଷା ପ୍ରତିଷ୍ଠାନମାନଙ୍କର ‘ସିଲାବସ୍’ରେ ପ୍ରଚଳନ କରାଯିବ। ‘ସାଇବର୍ ସିକ୍ୟୁରିଟି ଆଓ୍ଵାର୍ନେସ୍’ ପ୍ରଣୟନ କରିବା ପାଇଁ ଅନୁରୋଧ କରି ଶିକ୍ଷାମନ୍ତ୍ରାଳୟ ସଚିବ ପ୍ରଫେସର୍ ରଜନୀଶ ଜୈନ୍ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି।
ଦେଶ ତଥା ଦେଶ ବାହାରେ ଥିବା ହ୍ୟାକର ମାନଙ୍କୁ ଉଚିତ୍ ଦଣ୍ଡ ଦେବାକୁ ଏବଂ ନିଜ ବ୍ୟକ୍ତିଗତ ତଥ୍ୟକୁ ଅଧିକ ନିରାପତ୍ତା ରଖିବା କ୍ଷେତ୍ରରେ ଭାରତ ସଜାଗ ହୋଇ ଉଠିଛି ।ବର୍ତ୍ତମାନ ସାଇବର୍ ହ୍ୟାକ ର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶରେ ସଚେତନତା ପାଇଁ ଏଭଳି ପଦକ୍ଷେପ ନିଆଯିବା ନେଇ ଜଣା ଯାଉଛି ।