ସନ୍ଷ୍ଟାର ଟିଭି ବ୍ୟୁରୋ
image credit: ANI
ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ ଟଙ୍କିଆ କଏନ ଓ ସ୍ପେସାଲ୍ ଷ୍ଟାମ୍ପ ଉନ୍ମୋଚନ କରିଛନ୍ତି । ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ୧୦୦ ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି କଏନ ଉନ୍ମୋଚନ କରିଛନ୍ତି । ଏହି ପ୍ରତିଷ୍ଠା ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ପୁର୍ବରୁ ନଭେମ୍ବର ମାସ ୨୦୧୬ ରେ ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ ।
PM Narendra Modi releases special stamp and Rs 100 coin to commemorate the Centennial Foundation Day of the University of Lucknow. pic.twitter.com/tMYE10vbIo
— ANI (@ANI) November 25, 2020