ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ : କଟକ ନୟାସଡ଼କ ଆଇଆଇଏଫ୍ଏଲ୍ ବ୍ୟାଙ୍କ ଲୁଟ୍ ଘଟଣାର ହେଲା ବଡ ପର୍ଦ୍ଦାଫାସ । ଏହା ଓଡ଼ିଶା ଇତିହାସରେ ଏକ ବଡ଼ ଡକାୟତି ବୋଲି କହିଛନ୍ତି କଟକ କମିଶନରେଟ ପୋଲିସ । ୨ କିଲୋରୁ ଅଧିକ ସୁନା ଜବତ ହୋଇଛି ବୋଲି ସୂଚନା ମିଳିଛି । କମିଶନରେଟ ପୋଲିସ କହିଛନ୍ତି ଆଇଆଇଏଫ୍ଏଲ୍ ବ୍ୟାଙ୍କରୁ ଲୁଟ ଏକ ଯୋଜନାବଦ୍ଧ ଭାବେ ହୋଇଥିଲା । ଏହାର ୨ କର୍ମଚାରୀ କିଷନ ଓ ଲାଲା ଅମ୍ରିତ ରାୟ ହିଁ ହେଉଛନ୍ତି ମୁଖ୍ୟ ସୁତ୍ରଧାରୀ, କିନ୍ତୁ ସିସିଟିଭି କାମ କରୁ ନଥିବାରୁ କୌଣସି ପ୍ରମାଣ ମିଳୁ ନଥିଲା ବୋଲି ସେ କହିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ୨ ବାଇକ୍ ମଧ୍ୟ ଜବତ କରିଛି । ପୋଲିସ ଏହାର ତଦନ୍ତ ପ୍ରକ୍ରିୟା ଜାରି ରଖିଛି ଏବଂ ଆହୁରି ଅଧିକ ତଥ୍ୟ ମିଳିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛନ୍ତି ।