ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ବିଧାନସଭା ଆଗରେ ଏକ ଅଭାବନୀୟ ଘଟଣା ଘଟିଛି । ବିଧାନସଭା ଆଗରେ ଦମ୍ପତି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ନୟାଗଡର ଏହି ଦମ୍ପତି ନିଜ ଦେହରେ କିରୋସିନ ଢାଳିହୋଇ ନିଆଁ ଲଗାଇବାକୁ ଉଦ୍ୟମ କରିବା ସମୟରେ ପୋଲିସଙ୍କ ଦ୍ଵାରା କାବୁ ହୋଇଥିଲେ । ୫ ବର୍ଷର ଝିଅର ହତ୍ୟାର ନ୍ୟାୟ ନପାଇ ସେମାନେ ଏପରି କରିଥିବା ସୂଚନା ମିଳିଛି । ସ୍ବାମୀ- ସ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କର ୫ ବର୍ଷର ଝିଅକୁ ମାରିଦେବା ସହ ଆଖି, କିଡନୀକୁ ମଧ୍ୟ ନେଇଯାଇଛନ୍ତି । ଏହି ଘଟଣାକୁ ୧ ମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନି । ସେଥିପାଇଁ ସେମାନେ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଦମ୍ପତି ।