ସନ୍ଷ୍ଟାର ଟିଭି ବ୍ୟୁରୋ
ବଲାଙ୍ଗୀର: ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ତରଫରୁ ଆୟୋଜିତ ହେବାକୁ ଥିବା ମିସ୍ ଇଣ୍ଡିଆ-୨୦୨୦ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ଚୟନ କରାଯାଇଥିବା ଟପ୍ ଫାଇଭ ଭିତରେ ରହିଛନ୍ତି ଶୁଭଶ୍ରୀ ରାୟଗୁରୁ । ଶୁଭଶ୍ରୀଙ୍କ ଘର ବଲାଙ୍ଗିର ଜିଲ୍ଲାରେ ଓ ତାଙ୍କ ପିତା ରମେଶ ଚନ୍ଦ୍ର ରାୟଗୁରୁ ବଲାଙ୍ଗୀର ସ୍ପେଶାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟରତ।
ଶୁଭଶ୍ରୀ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ପାଠ ପଢୁଥିବା ସମୟରୁ ହିଁ ଅଭିନୟ ଏବଂ ମଡେଲିଂ ପାଇଁ ସ୍ୱପ୍ନ ଦେଖିଥିଲେ। ଉଚ୍ଚଶିକ୍ଷା ଲାଭ କରିବା ପରେ ସେ ବର୍ତ୍ତମାନ ଏକାଧାରରେ ଜଣେ ଆଙ୍କର, ଅଭିନେତ୍ରୀ ଏବଂ ଲୟର। ୩୦୦୦ ଲାଇଭ କାର୍ଯ୍ୟକ୍ରମରେ ସେ ଆଙ୍କରିଙ୍ଗ କରିସାରିଲେଣି। ଅନେକ ନାମୀଦାମୀ କଂପାନିର ବିଜ୍ଞାପନରେ ଅଭିନୟ କରିଛନ୍ତି। ଏପରିକି ‘ମସ୍ତିଜାଦେ’ ଚଳଚ୍ଚିତ୍ରରେ ସହକାରୀ ନିର୍ଦେଶିକାର ଦାୟିତ୍ୱ ମଧ୍ୟ ସେ ବହନ କରିଛନ୍ତି। ଇ ବାଣିଜ୍ୟିକ ସଂସ୍ଥା ଆମାଜନର ଶୁଭଶ୍ରୀ ହେଉଛନ୍ତି ଅଫିସିଆଲ ଆଙ୍କର। ଆଗକୁ ଜଣେ ଭଲ ଅଭିନେତ୍ରୀ ହେବା ସହିତ ମହିଳାଙ୍କୁ ସଶକ୍ତ କରିବା ଏବଂ ତାଙ୍କର ସ୍ୱପ୍ନକୁ ପୂରଣ କରିବା ଲକ୍ଷ୍ୟ ବୋଲି କହିଛନ୍ତି। ମିସ ଇଣ୍ଡିଆ ଟାଇଟଲ ଜିତିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଶୁଭଶ୍ରୀ।