ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବିଦ୍ୟାଳୟ ସଂକ୍ରାନ୍ତିୟ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ।ସେ କହିଛନ୍ତି ଯେ ରାଜ୍ୟରେ ୮ଲକ୍ଷ ୬୪ହଜାର ୪୯୯ ହାଇସ୍କୁଲ ଛାତ୍ରଛାତ୍ରୀଙ୍କର ବୀମା ହୋଇଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମୋଟ ୨୧ଲକ୍ଷ ୨୮ହଜାର ୨୪୬ ହାଇସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି । ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବାକୁ ଷ୍ଟୁଡେଣ୍ଟ ସେଫ୍ଟି ଇନ୍ସୁରାନ୍ସ ସ୍କିମ୍ ପ୍ରଚଳିତ ହୋଇଛି । ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠୁ ୨ଟଙ୍କା, ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ୩ଟଙ୍କା ଆଦାୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ୩ଟଙ୍କା ଆଦାୟ ଲେଖାଏଁ ଆଦାୟ କରାଯାଇଛି।
ସେପଟେ, ରାଜ୍ୟର ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ୯୩୯ ବରିଷ୍ଠ SES ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି । ବାଲେଶ୍ୱରରେ ସର୍ବାଧିକ ୧୨୩ଟି ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି । ସେହିଭଳି କେନ୍ଦ୍ରାପଡାରେ ୯୯, ଭଦ୍ରକରେ ୮୨, କଟକରେ ୬୩, ଯାଜପୁରରେ ୭୩, କେନ୍ଦୁଝରରେ ୭୨ ସ୍କୁଲରେ ପ୍ରଧାନଶିକ୍ଷକଙ୍କ ପଦବୀ ଖାଲି ପଡିଛି । ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୨୮୦ ପ୍ରଧାନଶିକ୍ଷକ ନାହାନ୍ତି ।