ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର :ଓଡିଶାରେ ଶୀତର ପ୍ରଭାବ ଜାରି ରହିଛି ।ଘନ କୁହୁଡି ଯୋଗୁ ଗମନାଗମନ ବାଧାପ୍ରାପ୍ତ ହେଉଛି । ତେବେ ଓଡିଶାର ସୋନପୁର ଜିଲ୍ଲାରେ ସବୁଠୁ ବେଶୀ ଥଣ୍ଡା ଅନୁଭୂତ ହୋଇଥିଲା ।ସୋନପୁରରେ ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ ରହିଥିବାବେଳେ ୧୫ ଡିଗ୍ରୀ ସେଲସିୟସ ତଳେ ୮ ଟି ସହର ଯଥା ଫୁଲବାଣୀ ଓ ଦାରିଙ୍ଗବାଡିରେ ୧୨.୫, ଝାରସୁଗୁଡା- ୧୨.୬, ବାରିପଦା ଓ ଭବାନିପାଟଣା – ୧୩.୨, କେନ୍ଦୁଝର- ୧୩.୪, ଏବଂ ଅନୁଗୁଳ ୧୩.୬ ରେ ଡିଗ୍ରୀ ସେଲସିୟସ ରହିଥିଲା ।
ଟ୍ଵିନ ସିଟି କଟକ ଓ ଭୁବନେଶ୍ଵରରେ ତାପମାତ୍ରା ଯଥାକ୍ରମେ ୧୬.୦ ଓ ୧୮.୧ ରହିଥିଲା ।
ଫୁଲବାଣୀ ଓ ଦାରିଙ୍ଗବାଡିରେ ସବୁଠୁ ଅଧିକ କୁହୁଡି ଦେଖାଯାଇଥିଲା। ଘନ କୁହୁଡି ଯୋଗୁ ୧୦୦ ମିଟର ଦୂରତା ଯାଏଁ ମଧ୍ୟ ବାଟ ଦୃଶ୍ୟମାନ ହେଉନଥିଲା ।
Past 24 Hrs #realized Station wise #Minimum temperature. pic.twitter.com/V7klpbQqWC
— Meteorological Centre, Bhubaneswar (@mcbbsr) November 23, 2020