ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ୱେଲଡ୍ ମାର୍କଡ୍ ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇଛି।
ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ଟୁଇଟ କରାଯାଇଛି। ୪୦ରୁ ୫୦ କି.ମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହୋଇପାରେ ।
୨୫ ତାରିଖ ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରି ଓ ତାମିଲନାଡୁ ମଧ୍ୟ ଦେଇ ଏହା ଉପକୂଳ ଅତିକ୍ରମ କରିପାରେ। ତେବେ ଏହା ଓଡ଼ିଶା ମୁହାଁ ନହୋଇ ବରଂ ତାମିଲନାଡ଼ୁ ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଦକ୍ଷିଣ-ପୂର୍ବ ତଥା ସଂଲଘ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ, #ଅବପାତ ର ରୂପ ନେଲା #ଉଏଲ ମାର୍କଡ଼ #ଲୋ | ଆଗାମୀ #୨୪ଘଣ୍ଟାରେ ଆହୁରି #ଘନୀଭୂତ ହୋଇ #ସାମୁଦ୍ରିକ ଝଡ ବା #ବାତ୍ୟା ର ରୂପନେଇପାରେ | pic.twitter.com/waw62SPdBk
— Meteorological Centre, Bhubaneswar (@mcbbsr) November 23, 2020
#WellMarkedLow Pressure area intensified into #Depression over #southwest and adjoining #southeast #BayofBengal—(cyclone Watch for Tamilnadu and Puducherry coasts).It is likely to intensify further into a #cyclonic storm during next #24hours.
— Meteorological Centre, Bhubaneswar (@mcbbsr) November 23, 2020