ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଆତଙ୍କ ହ୍ରାସ ପାଉଥିବା ବେଳେ, ପୁଣି କେତେକ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ କରୋନା ସୁସ୍ଥ ହାର ବୃଦ୍ଧି ପାଉଛି । କିନ୍ତୁ କେତେକ ରାଜ୍ୟରେ ସ୍ଥିତି ଏବେ ମଧ୍ୟ ଚିନ୍ତା ଜନକ ରହିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପକ୍ଷରୁ ସଂକ୍ରମଣ ରୋକିବା ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି । ଲୋକଙ୍କୁ ସଚେତନ କରାଇବା ଲାଗି ପ୍ରୟାସ ଜାରି ରହିଛି । ଆଉ କେତେକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ।
ଦିଲ୍ଲୀର କରୋନା ମହାମାରୀ ସ୍ଥିତି ନେଇ ହର୍ଷବର୍ଦ୍ଧନ କହିଛନ୍ତି, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଯେଉଁ ସବୁ ରାଜ୍ୟକୁ କରୋନା ପୁଣି ଫେରିଛି, ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ଆଲୋଚନା କରିବେ ବୋଲି କହିଛନ୍ତି । ୨୦୨୧ର ପ୍ରଥମ ୩ ମାସ ଭିତରେ ଦେଶରେ କରୋନା ଟୀକା ମିଳିବ ଏବଂ ସେପ୍ଟେମ୍ବର ସୁଦ୍ଧା ୨୫ରୁ ୩୦କୋଟି ଭାରତୀୟଙ୍କୁ କରୋନା ଟୀକା ଦିଆଯିବା ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।