ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗାଇଙ୍କ ସୋମବାର ପରଲୋକ ହୋଇୟାଇଛି । ଗୌହାଟୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୮୬ ବର୍ଷ ବୟସରେ ସେ ତାଙ୍କର ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ସେ ଆସାମର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଥିଲେ । ଗୋଗାଇଙ୍କ ପରଲୋକ ନେଇ ଆସାମ ସ୍ଵାସ୍ଥ୍ୟ ମନ୍ତ୍ରୀ ହିମନ୍ତ ବିଶ୍ଵକର୍ମା ସୂଚନା ଦେଇଛନ୍ତି ।
ଅଗଷ୍ଟ ୨୫ରେ ସେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ କରୋନାରୁ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ । କିନ୍ତୁ ଲଭେମ୍ବର ୨ ତାରିଖରେ ସେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।