ସନ୍ଷ୍ଟାର ଟିଭି ବ୍ୟୁରୋ
କାହିଁ କେତେ ଯୁଗରୁ ଆୟୁର୍ବେଦ ଚିକିତ୍ସାକୁ ନେଇ ଲୋକଙ୍କ ବିଶ୍ଵାସ ରହିଆସିଛି । ଯେତେବେଳେ ମନୁଷ୍ୟକୃତ ଚିକିତ୍ସା ଲୋକଲୋଚନକୁ ଆସିନଥିଲା ସେତେବେଳେ ରୋଗୀଙ୍କ ପାଇଁ ଏହା ଏକ ମାତ୍ର ଉପଚାର ଭାବେ ପରିଚିତ ଥିଲା । କିନ୍ତୁ ଆଧୁନିକୀକରଣ ଯୋଗୁଁ ଏହାର ଚାହିଦା କମି କମି ଯାଇଥିବା ବେଳେ ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ଏହାର ଉନ୍ନତି କରିବାକୁ ପ୍ରୟାସ ଜାରି ରହିଛି । ଏବେ ଅସ୍ତ୍ରୋପଚାର କରିବାକୁ ଆୟୁବୈଦ ଡାକ୍ତରଙ୍କୁ ଅନୁମତି ମିଳିଛି । କାନ, ଆଖି,ଦାନ୍ତ,ଅସ୍ଥି ଶଲ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାଧାରଣ ଅସ୍ତ୍ରୋପଚାର କରାଇବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ରସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେବେ ଏହି ଅସ୍ତ୍ରୋପଚାର ସବୁ ଆୟୁର୍ବେଦ ପ୍ରତିଷ୍ଠାନ ଓ ୨୫ ବର୍ଷରୁ ଅଧିକ ସମୟ ହେବ କରାଯାଉଛି । ଏହା ଆଇନସିଦ୍ଧ ବୋଲି ସ୍ୱଷ୍ଟ କରିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ସେଣ୍ଟାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନର ଅଧ୍ୟକ୍ଷ କହିଛନ୍ତି ।
ଇଣ୍ଡିଆନ ସେଣ୍ଟ୍ରାଲ କାଉନସିଲ ଅଫ ମେଡିସିନ ସ୍ନାତକୋତର ଆର୍ୟୁବୈଦ ଶିକ୍ଷା ରେଗୁଲେସନ ୨୦୧୬କୁ ସଂଶୋଧନ କରାଯାଇ ଯେଉଁ ସବୁ ପଦ୍ଧତି ସାମିଲ କରାଯିବ ସେ ସବୁ ଏହି ବିଜ୍ଞପ୍ତିରେ ତାଲିକାଭୁକ୍ତ ହୋଇଛି । କେନ୍ଦ୍ର ସରକାର ମଂଜୁରୀ ପରେ ନଭେମ୍ବର ୧୯ରେ ବାହାରିଥିବା ଏହି ବିଜ୍ଞପ୍ତିରେ ସଂଶୋଧନ କରାଯାଇଥିବା ଉଲ୍ଲେଖ ଅଛି । ସ୍ନାତକୋତର ଶିକ୍ଷାରେ ସାଧାରଣ ଅସ୍ତ୍ରୋପଚାର ଓ କର୍ଣ୍ଣ, ନାସା, ଗଳା,ମୁଣ୍ଡ ଓ ଚକ୍ଷୁ ଅସ୍ତ୍ରୋପଚାର ଶିକ୍ଷାର୍ଥୀମାନେ ସ୍ୱତନ୍ତ୍ର ଭାବେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ପାଇଁ ତାଲିମ ପାଇବେ ।