ସନ୍ଷ୍ଟାର ଟିଭି ବ୍ୟୁରୋ
ସାଉଥ କୋରିଆ କମ୍ପାନୀ LG ରୋଲେବଲ ଟିଭି ପରେ ଏବେ ରୋଲେବଲ ଲାପଟପ୍ ମାର୍କେଟକୁ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି । ସୂଚନା ମୁତାବକ, ୧୭ ଇଞ୍ଚର ଥିବା ଏଲଜି ରୋଲେବଲ ସ୍କ୍ରିନ ଅର୍ଥାତ୍ ଏହାକୁ ଆପଣ ମୋଡି ଛୋଟ କିମ୍ବା ବଡ କରିପାରିବେ। ଆପଣ ତାହାକୁ ରୋଲ କରି ୧୩.୩ ଇଞ୍ଚ ମଧ୍ୟ କରିପାରିବେ। ଏହାସହିତ ଏଲଜିର ଅପକମିଙ୍ଗ ରୋଲେବଲ ଲାପଟପ୍ ରେ କିବୋର୍ଡକୁ ରୋଲ୍ କରିବା ସହ ଆପଣ ଏହାକୁ ବଡରୁ ଛୋଟ କରିପାରିବେ।
LG ଗତ କିଛିଦିନ ହେଲାଣି ରୋଲେବଲ୍ ଡିସପ୍ଲେଯୁକ୍ତ ଲାପଟପ୍, ଟିଭି ଏବଂ ସ୍ମାର୍ଟଫୋନ୍ ଡେଭଲପ୍ କରିବା ପାଇଁ ଚେଷ୍ଟା ଜାରି ରଖିଛି। କମ୍ପାନୀ କିଛିଦିନ ପୂର୍ବରୁ ଦୁନିଆର ପ୍ରଥମ ରୋଲେବଲ ଟିଭିକୁ ସାଉଥ କୋରିଆରେ ବିକ୍ରି ଆରମ୍ଭ କରିଦେଇଛି। ପୂର୍ବରୁ LG ଫୋଲ୍ଡବେଲ ସ୍ମାର୍ଟଫୋନ ଲଞ୍ଚ୍ କରିସାରିଛି ଏବଂ ଆଗକୁ ଫୋଲ୍ଡବେଲ ଲାପଟପ୍ କରିବା ପାଇଁ କାମ ଚାଲୁ ରଖିଛି। ଏହି ଲାପଟପ୍ ଲଞ୍ଚ୍ ହେବା ପରେ ୟୁଜର୍ସ ନିଜ ଆବଶ୍ଵକତା ଅନୁଯାୟୀ ସ୍କ୍ରିନକୁ ବଡ ଏବଂ ଛୋଟ କରି କାମ କରିପାରିବେ। ଆଉ ଦରକାର ପଡିଲେ ଅତି ସହଜରେ ଏହାକୁ ବ୍ୟାଗରେ ଛୋଟ କରି ରଖି ମଧ୍ୟ ପାରିବ।