ସନ୍ଷ୍ଚାର ଟିଭି ବ୍ୟୁରୋ
ବଲିଉଡ୍ ଦବଙ୍ଗ ହିରୋ ସଲମାନ ଖାଁଙ୍କ ପ୍ରଶଂସକ ବଡ ଉତ୍ସୁକତାର ସହ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ଗତ ମେ ମାସ ଅର୍ଥାତ୍ ଇଦ୍ରେ ରିଲିଜ୍ ହେବାର ଯୋଜନା ଥିଲା ।କିନ୍ତୁ କରୋନା ମହାମାରୀ କାରଣରୁ ଏହା ରିଲିଜ୍ ହୋଇପାରି ନାର୍ହି । ଶୁଣିବାକୁ ମିଳିଥିଲା କି ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ହେଲେ ଏବେ ଏହାକୁ ଖଣ୍ଡନ କରିଛନ୍ତି ଫିଲ୍ମ ନିର୍ମାତା । ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଏ ସମ୍ପର୍କରେ ସୂଚନା ଦେଇ ଟୁଇଟ୍ କରିଛନ୍ତି । ସେ କହିଛନ୍ତି ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବନାହିଁ । ଏହା ଆଗାମୀ ବର୍ଷ ଇଦ୍ରେ ପରଦାକୁ ଆସିବ । ତେଣୁ ଏହା ସଲମାନଙ୍କ ଫ୍ୟାନଙ୍କ ପାଇଁ ନିଶ୍ଚନ୍ତ ଭାବେ ଏକ ବଡ ଖବର ବୋଲି କୁହାଯାଉଛି ।
#RADHE #OTT RUMOURS BASELESS… There was speculation in the *exhibition sector* that #Radhe – starring #SalmanKhan – will skip theatrical release… Will stream on #OTT directly… FALSE… The producers are clear, #Radhe will release in *cinemas*, eyes #Eid2021 release. pic.twitter.com/JGQnXSSlAD
— taran adarsh (@taran_adarsh) November 20, 2020
ଭାଇଜାନଙ୍କ ରାଧେ ଫିଲ୍ମଟି ପ୍ରଭୁ ଦେବାଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିଲା ବେଳେ ସଲମାନ ଖାନ୍, ସୋହାଲି ଖାନ୍, ଅତୁଲ ଅଗ୍ନିହୋତ୍ରୀ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ଅଛନ୍ତି ଓ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ଦିସା ପଟାନି ।
ନିଜ ଡ୍ରାଇଭର ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସଲମାନ ଏବେ ହୋମ ଆଇସୋଲେସନ ଅଛନ୍ତି । ଏବେ ଏବେ ସେ ବିଗବସ-୧୪ରେ ହୋଷ୍ଟ ଭାବେ ନଜର ଆସିଥିଲେ । ରାଧେକୁ ଛାଡିଦେଲେ ତାଙ୍କ ନିକଟରେ ‘କଭି ଇଦ କଭି ଦିଓ୍ବାଲି’ ଓ ‘କିକ୍-୨’ ଫିଲ୍ମ ତାଙ୍କ ହାତରେ ରହିଛି ।