ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଶ୍ୱରେ ୪ର୍ଥ ଦେଶ ଭାବେ ଭାରତ ନିଜସ୍ବ ରିଜିଓନାଲ ନାଭିଗେସନ ସାଟେଲାଇଟ ସିଷ୍ଟମର ଅଧିକାରୀ ହେବାର ସଫଳତା ହାସଲ କରିପାରିଛି। ଇସ୍ରୋ ଦ୍ୱାରା ଏହାକୁ ବିକଶିତ କରାଯାଇଥିବା ବେଳେ ‘ଆନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ’ ଦ୍ବାରା ଏହାକୁ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନାମ ନାବିକ ରଖିଛନ୍ତି ।ଏହାକୁ ଗଠନ କରିବାକୁ ଇସ୍ରୋକୁ ୨ବର୍ଷ ସମୟ ଲାଗିଥିଲା ।
୧୫୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହା ଉପଯୋଗକାରୀର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିପାରିବ । ଭାରତ ମହାସାଗରେ ନୌବାହିନୀରେ ଜାହଜଗୁଡିକ ଉପରେ ଏହା ସାଟେଲାଇଟରୁ ନଜର ରଖିବା ସହ ସୂଚନା ଦେଇପାରିବ । ଆମେରିକା, ରୁଷିଆ ଓ ଚୀନ ପରେ ଭାରତ ନିଜସ୍ୱ ନେଭିଗେସନ ସିଷ୍ଟମ ପ୍ରସ୍ତୁତ କରିପାରିଛି ।