ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶର ବହୁ ଚର୍ଚ୍ଚିତ ଆଇଏଏସ ଯୋଡି ଟିନା ଡାବି ଓ ଅଥର ଅମିର ଖାନ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଅମିର ଖାନ । ବିବାହର ଦୁଇ ବର୍ଷ ପରେ ବିବାହରେ ଅସନ୍ତୁଷ୍ଟ କାରଣ ଦର୍ଶାଇ ଆପୋଷ ବୁଝାମଣାରେ ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେବାପାଇଁ ଆବେଦନ କରିଛନ୍ତି ।ନଭେମ୍ବର ୧୭ରେ ଜୟପୁର ଫ୍ୟାମିଲି କୋର୍ଟରେ ଉଭୟଙ୍କ ପକ୍ଷରୁ ଆବେଦନ କରାଯାଇଛି ।
୨୦୧୮ରେ ହୋଇଥିବା ଏହି ଦୁଇ ଯୋଡିଙ୍କ ପ୍ରେମ ବିବାହ ବେଶ ଚର୍ଚ୍ଚାରେ ରହିଥିଲା । ଦୁହେଁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ପରସ୍ପରକୁ ବିବାହ କରିଥିବାରୁ ଶୁଭେଚ୍ଛା ଜଣାଇବା ସହ ଏହା ସମାଜରେ ସାମ୍ପ୍ରଦାୟିକ ସଦଭାବ ବୃଦ୍ଧି କରିବ ବୋଲି ଟ୍ୱିଟ କରିଥିଲେ ରାହୁଲ ଗାନ୍ଧୀ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମୀ ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ଏବଂ ପରେ ୨୦୧୮ରେ ଏକ ହାଇପ୍ରୋଫାଇଲ ଫଙ୍କସନରେ ଉଭୟଙ୍କ ବିବାହ ହୋଇଥିଲା । ଦିଲ୍ଲୀରେ ହୋଇଥିବା ବିବାହ ଉତ୍ସବରେ ଭେଙ୍କେୟା ନାଇଡୁ, ସୁମିତ୍ରା ମହାଜନ ଓ ରବିଶଙ୍କର ପ୍ରସାଦ ପ୍ରମୁଖ ସାମିଲ ହୋଇଥିଲେ ।
ବର୍ତ୍ତମାନ ରାଜସ୍ଥାନରେ ଟିନା ଅର୍ଥ ବିଭାଗର ଯୁଗ୍ମ ସଚିବ ଥିବା ବେଳେ ଅଥର ଇଜିଏସ୍ ରେ ସିଇଓ ଭାହେ କାର୍ଯ୍ୟରତ ।