ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର; କେନ୍ଦ୍ରୀୟ ଶ୍ରମିକ ସଂଘ ସରକାରଙ୍କ ଜନବିରୋଧି ନିତୀକୁ ବିରୋଧ କରି ନଭେମ୍ବର ୨୬ କୁ ଭାରତ ବନ୍ଦ ଡାକରା ଦେଇଛି । ବେକାରୀ, କୃଷି, ଶ୍ରମିକକୁ କେନ୍ଦ୍ର କରି ଏହି ହରତାଳ ଦେଶବ୍ୟାପି ହେବାକୁ ଯାଉଛି ।ଏହି ବନ୍ଦ ଡାକରା କୁ ମହିଳା, ଛାତ୍ର, ଶ୍ରମିକ ଆଦି ସମସ୍ତ ବର୍ଗର ଜନତା ସମର୍ଥନ କରିବେ ବୋଲି ଶ୍ରମିକ ସଂଘ ଦ୍ବାରା କୁହାଯାଇଛି।
ଏହି ବନ୍ଦ ଡାକରା ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିଅନ କଗ୍ରେଂସ(ଆଇଏନ୍ଟିୟୁସି), ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ୍ କଗ୍ରେଂସ(ଏଆଇଟିୟୁସି), ହିନ୍ଦ ମଜଦୁର ସଭା (ଏଚ୍ଏମ୍ଏସ୍), ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ ୟୁନିଅନ ସେଣ୍ଟର(ସିଆଇଟିୟୁ), ଟ୍ରେଡ ୟୁନିଅନ କୋର୍ଡିନେସନ ସେଣ୍ଟର(ଟିୟୁସିସି), ସେଲ୍ଫ ଏମ୍ପ୍ଲୋଏଡ୍ ଓମେନ୍ସ ଆସୋସିଏସନ୍(ଏସ୍ଇଡବ୍ଲୁଏ), ଲେବର ପ୍ରୋଗେସିଭ ଫେଡେରେସନ୍ (ଏଲ୍ପିଏଫ୍) ୟୁନାଇଟେଡ ଟ୍ରେଡ୍ ୟୁନିଅନ୍ କଗ୍ରେଂସ (ୟୁଟିୟୁସି), ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ କାଉସିଲ ଅଫ୍ ଟ୍ରେଡ ୟୁନିଅନ୍ସ (ଏଆଇସିସିଟିୟୁ) ଓ ୟୁନାଇଟେଡ୍ ଟ୍ରେଡ ୟୁନିଅନ୍ କଗ୍ରେଂସ (ୟୁଟିୟୁସି ) ସଂଘଙ୍କ ମିଳିତ ଉଦ୍ୟମରେ କରାଯାଉଛି ।