ସନ୍ଷ୍ଟାର ଟିଭି ବ୍ୟୁରୋ
ଆସନ୍ତା ୨୦ ତାରିଖରୁ ବିଧାନସଭା ଶୀତକାଳିନ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । କରୋନା ମହାମାରୀକୁ ଦୃଷ୍ଟିରେ ରଖାଯାଇ ଗତ ମୌସୁମି ଅଧିବେଶନ ପରି ଏଥର ମଧ୍ୟ ପ୍ରଶ୍ନକାଳ ସମୟକୁ ବାତିଲ କରାଯିବ ।କୋଣସି ତାରକା ପ୍ରଶ୍ନ ରହିବନି ମାତ୍ର ଅଣତାରକା ପ୍ରଶ୍ନର ଉତ୍ତର ସଭ୍ୟମାନଙ୍କୁ ଡାକ ଯୋଗେ ଦିଆଯିବ ବୋଲି ନିଷ୍ପତି ନେଇଛନ୍ତି ବାଚସ୍ପତି । କାର୍ଯ୍ୟଦିବସର ସମୟ ସୀମାକୁ ମଧ୍ୟ କମ୍ କରାଯାଇଛି । ଦୈନିକ ସାଢେ ୪ ଘଂଟା ଚାଲିବ ଗୃହ କାର୍ଯ୍ୟ ।
ସମସ୍ତ କୋଭିଡ୍ ଗାଇଡଲାଇନ ଭିତରେ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଆସନ୍ତା ୨୦ରୁ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ ।ଶନିବାର ଓ ରବିବାର ମଧ୍ୟ ବନ୍ଦ ରହିବନି ଗୃହ କାର୍ଯ୍ୟ । ଅଧିବେଶନ ପ୍ରଥମ ଦିନ ୧୧ଟାରେ ଆରମ୍ଭ ହେବ ଓ ଅନ୍ୟ ଦିନ ଗୁଡିକ ସକାଳ ୧୦.୩୦ରୁ ଅପରାହ୍ନ ୧ଟା ଓ ଅପରାହ୍ନ ୩ଟାରୁ ୫ଟା ଯାଏଁ ଚାଲିବ ।
ଭିଡିଓ କନ୍ଫରେନ୍ସ୍ ଜରିଆରେ ମଧ୍ୟ ବିଧାନସଭା ସଭ୍ୟମାନେ ଆଲୋଚନାରେ ଭାଗ ନେଇପାରିବେ ।
ଅଧିବେଶନ ସମାପ୍ତ ଦିନ ପୁଣି ଥରେ ସମସ୍ତ ସଭ୍ୟମାନଙ୍କର କୋଭିଡ ପରୀକ୍ଷା କରାଯିବ ।
ଏହି ବୈଠକରେ ବିରୋଧି ଦଳ ନେତା ପ୍ରଦିପ୍ତ କୁମାର ନାୟକ, ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲୀକ ,କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର , ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରଭୃତି ଉପସ୍ଥିତ ଥିଲେ ।