ସନ୍ଷ୍ଟାର ଟିଭି ବ୍ୟୁରୋ
ଭୂବନେଶ୍ଵର : କରୋନା ମୁକାବିଲା ପାଇଁ ବିଶ୍ଵରେ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ସହ ଟୀକା ମିଳିବାର ଆଶା ମଧ୍ୟ ଉଜ୍ଜଳ ହୋଇଛି। ଟୀକା ପ୍ରଦାନ ସମୟରେ ପ୍ରଥମେ ସ୍ଵାସ୍ଥ୍ୟ କର୍ମୀ, ଗର୍ଭବତୀ ମହିଳା ଏବଂ ୬୦ବର୍ଷରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ଓ଼ଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିପଦସଙ୍କୁଳ ବର୍ଗ ରୋଗୀମାନଙ୍କୁ ଟୀକା ପ୍ରଦାନ ସମୟରେ ବୃତ୍ତିଗତ , ବୈଜ୍ଞାନିକ ଏବଂ ସମ୍ପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି ।
କୋଭିଡ ପରିଚାଳନା ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟୀକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ବଡ ପ୍ରତିରୋଧକ । ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।