ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଏପର୍ଯ୍ୟନ୍ତ ଭାରତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀଙ୍କ ଇନ୍ଦିରା ଗାନ୍ଧିଙ୍କ ୧୦୩ ତମ ଜନ୍ମ ଦିବସ ।ଜବାହାରଲାଲ ନେହେରୁଙ୍କ ସୁପୁତ୍ରୀ ଇନ୍ଦିରା ଗାନ୍ଧି ୧୯ ନଭେମ୍ବର ୧୯୧୭ରେ ଆଲ୍ଲାହାବାଦଠାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଇନ୍ଦିରାଙ୍କ ସ୍ମୃତି ଚାରଣ ଓ ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ଇନ୍ଦିରା ଗାନ୍ଧି ପାର୍କରେ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ କଂଗ୍ରେସ ନେତା ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ଓଡିଶା ପିସିସି ଏହାକୁ ଜାତୀୟ ସଂହତି ଦିବସ ଭାବେ ପାଳନ କରୁଛନ୍ତି । ପିସିସି ସଭାପତିଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ ।
ଦିଲ୍ଲୀରେ ରାହୁଲ ଗାନ୍ଧି ଇନ୍ଦିରାଙ୍କ ସମାଧୀ ସ୍ଥଳକୁ ଯାଇ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ତାଙ୍କର ଦୃଢ ନିଶ୍ଚୟ ଓ କଠୋର ନିଷ୍ପତି ପାଇଁ ବିଶ୍ୱ ରାଜନୀତି ଇତିହାସରେ ଏହି ଲୌହ ମହିଳାଙ୍କୁ ସଦା ମନେ ରଖାଯିବ ବୋଲି ଟୁଇଟ୍ କରିଛନ୍ତି ରାହୁଲ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ନିଧନ ପରେ ସେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୧୯୬୬ରୁ ୧୯୭୭ ମଧ୍ୟରେ ତିନି ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୮୦ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ , ୩୧ ଅକ୍ଟୋବର ୧୯୮୪ ମସିହାରେ ତାଙ୍କର ହତ୍ୟା କରାଯାଇଥିଲା ।
एक कार्यकुशल प्रधानमंत्री और शक्ति स्वरूप श्रीमती इंदिरा गांधी जी की जयंती पर श्रद्धांजलि।
पूरा देश उनके प्रभावशाली नेतृत्व की आज भी मिसाल देता है लेकिन मैं उन्हें हमेशा अपनी प्यारी दादी के रूप में याद करता हूँ। उनकी सिखायी हुई बातें मुझे निरंतर प्रेरित करती हैं। pic.twitter.com/9RHDnAClOJ
— Rahul Gandhi (@RahulGandhi) November 19, 2020