ସନ୍ଷ୍ଟାର ଟିଭି ବ୍ୟୁରୋ
କୁହାଯାଏ ଦୋଷୀକୁ ଜେଲରେ ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ରହିବାକୁ ପଡିଥାଏ । କିନ୍ତୁ ଏଠାରେ କଏଦୀଙ୍କୁ କିଛି ଅଲଗା ପ୍ରକାର ଦେଖିବାକୁ ମିଳିଛି । ରାଜସ୍ଥାନର ଉଦୟପୁର ସେଣ୍ଟ୍ରାଲ ଜେଲ୍ର କଏଦୀ ନମ୍ୱର ୨୫୯ ଏନ୍ଡିପିଏସ୍ ଆକ୍ଟ ମାମଲାରେ ୧୨ ବର୍ଷର ସଜା କାଟୁଥିବା ସାଧୁରାମ ନିଜ କଳାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ହାତର ସୁନ୍ଦର ସୁନ୍ଦର ଚିତ୍ରକଳାରେ ଜେଲ୍ର କାନ୍ଥ କେଉଁ ସଂଗ୍ରହାଳୟଠାରୁ ମଧ୍ୟ କମ୍ ଲାଗୁନାହିଁ।
ସାଧୁରାମଙ୍କ ଚିତ୍ର କରିବାର ସୌକ୍ ତାଙ୍କ ସାଥିରେ ଜେଲ୍ କାଟୁଥିବା ଅନ୍ୟ ୧୫ ଜଣ କଏଦୀଙ୍କୁ ମଧ୍ୟ ପ୍ରଭାବିତ କରିଛି। ଯେଉଁ କାରଣରୁ ସମସ୍ତ ୧୫ ଜଣ କଏଦୀ ମିଶି ଜେଲ୍ର କାନ୍ଥକୁ ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ରକଳାରେ ସଜାଇଛନ୍ତି।
ଉଦୟପୁରର ସେଣ୍ଟ୍ରାଲ ଜେଲ୍ରେ ବର୍ତ୍ତମାନ ୧୨ ଶହରୁ ଅଧିକ କଏଦୀ ରହୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି କଏଦୀ ଅପରାଧିକ ମାମଲାରେ ଜଡ଼ିତ, ହେଲେ ଏବେ ସେମାନେ ପଶ୍ଚାତାପ କରୁଛନ୍ତି । ସେମାନେ ଜେଲ୍ରେ ନିଜର ସଜା କାଟିବା ସହିତ କିଛି ଭଲ କାମ କରିବାକୁ ପ୍ରୟାସ ଜାରି ରଖିଛନ୍ତି ଆଉ ସେମାନଙ୍କ ମଧ୍ୟରୁ ସାଧୁରାମ ଜଣେ । ତାଙ୍କୁ ସମସ୍ତେ ଜେଲ୍ରେ ୨୫୯ କଏଦୀ ନାମରେ ଜାଣନ୍ତି। ସେ ଜେଲ୍ରୁ ବାହାରି ଜଣେ ସାଧାରଣ ନାଗରିକ ପରି ବଞ୍ଚିବାକୁ ଚାହୁଁଛନ୍ତି।