ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ରାଷ୍ଟ୍ରୀୟ ରାଜଧାନୀରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା ଉଦ୍ୟମକୁ ବିଫଳ କରିଛି ।ସୋମବାର ପ୍ରାୟ ରାତି ୧୦ଟା୧୫ ସମୟରେ ଗିରଫ ସ୍ପେଶାଲ ସେଲ କରିଛି ଦୁଇଟି ଆତଙ୍କବାଦୀଙ୍କୁ । ଗିରଫ ଆତଙ୍କବାଦୀ ଦୁଇଜଣ ଜୈଶ-ଏ-ମହମ୍ମଦ ସଂଗଠନର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ୨ଟି ସେମି ଅଟୋମେଟିକ ପିସ୍ତଲ, ବିସ୍ଫୋରକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।
ପଚରାଉଚରାବେଳେ ଜଣାପଡିଛି ଯେ, ଦୁଇଜଣ ଆତଙ୍କବାଦୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ । ଏମାନଙ୍କ ଟାର୍ଗେଟରେ ଅନେକ ଭିଆଇପି ଥିଲେ । ଦିଲ୍ଲୀରେ ବଡ ବିସ୍ଫୋରଣ ପାଇଁ ବି ଯୋଜନାରେ ଥିଲେ ।
୨ଜଣ ଯାକ ଆତଙ୍କବାଦୀ କାଶ୍ମୀର ର ବାସିନ୍ଦା ହୋଇଥିଲା ବେଳେ ଜଣକ ନାମ ଅବଦୁଲ ଲତିଫ୍ ମୀର ଓ ଅନ୍ୟ ଜଣକ ନା ମହମ୍ମଦ ଅସ୍ରଫ୍ ଖଟାନା , ଦୁଇ ଜଣଙ୍କ ବୟସ ୨୦ ରୁ ୨୨ମଧ୍ୟରେ ହେବ ।
କୁହାଯାଉଛି ଯେ ସୋସିଆଲ ମଡିଆ ଜରିଆରେ ଏମାନେ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ । ଏମାନେ ଅନେକ ଥରେ ପାକିସ୍ତାନ ଯିବା ପାଇଁ ସୀମାପାର ଉଦ୍ୟମ କରିଥିବା ବି ଜଣାଯାଇଛି । ତେବେ କଡା ସୁରକ୍ଷା ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । କୌଣସି ସୁତ୍ରରୁ ଖବର ମିଳିବା ପରେ ଦିଲ୍ଲୀର ମିଲେନିୟମ ପାର୍କ ନିକଟରୁ ଦୁଇଜଣଙ୍କୁ ଧରିଛି ଦିଲ୍ଲୀ ପୁଲିସ ।