ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ବ୍ରିକ୍ସ ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ସମ୍ବୋଧନ କରି କହିଛନ୍ତି ଯେ, ଭାରତ ପାଇଁ ସମଗ୍ର ବିଶ୍ଵ ଏକ ପରିବାର ଏବଂ ସମୟ ସହ ଉଚିତ ପରିବର୍ତ୍ତନ ହେବା ଜରୁରୀ ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଜାତିସଂଘରେ ସମୟ ସହ ଉଚିତ ପରିବର୍ତ୍ତନ ହୋଇନାହିଁ । ତେଣୁ ଏହାର ସୁରକ୍ଷା ପରିଷଦରେ ପରିବର୍ତ୍ତନ ଆବଶ୍ୟକ ଏବଂ WTO, IMF, WHO ପରି ସଂସ୍ଥାରେ ସୁଧାର ହେବା ଅତ୍ୟନ୍ତ ଜରୁରୀ ଅଟେ । ସେ କହିଛନ୍ତି ଆତଙ୍କବାଦ ବିଶ୍ଵ ପାଇଁ ସବୁଠୁ ବଡ଼ ସମସ୍ୟା । ତେଣୁ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଙ୍କ ବିରୋଧ ହେବା ଉଚିତ୍ ।
ଏବେ ଭାରତ ଆତ୍ମନିର୍ଭର ଅଭିଯାନ ଆରମ୍ଭ କରିବା ସହିତ ଏହି କରୋନା ମହାମାରୀ ସମୟରେ ୧୫୦ଟି ଦେଶକୁ ଔଷଧ ଯୋଗାଇଛି ବୋଲି କହିଛନ୍ତି ମୋଦି ।