ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଦିଲ୍ଲୀକୁ ପୁଣି ଫେରିଛି କରେନା । ତେବେ ଏନେଇ ଚିନ୍ତାରେ ଅଛନ୍ତି ଦିଲ୍ଲୀ ସରକାର । ତେଣୁ ଦିଲ୍ଲୀରେ ପୁଣି ଥରେ ଲକ୍ଡାଉନ ଜାରି ହୋଇପାରେ ବୋଲି ସୂଚନା ମିଳୁଛି । ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସୀମିତ କ୍ଷେତ୍ର ପାଇଁ ଲକ୍ଡାଉନ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏନେଇ କେଜ୍ରିଓ୍ଵାଲ ରାଜ୍ୟବାସୀଙ୍କ ପାଇଁ ସଚେତନ ବାର୍ତ୍ତା ଜାରି କରି କହିଛନ୍ତି ଯେ, କରୋନା ଧନୀ, ଗରିବ କାହାକୁ ଦେଖେନି ତେଣୁ ସମସ୍ତଙ୍କୁ ଶତର୍କ ରହିବା ସହ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାକୁ ପାଳନ କରିବାକୁ କହିଛନ୍ତି । ପ୍ରଭାବିତ ଅଞ୍ଚଳରେ ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରାଯିବାକୁ ପ୍ରସ୍ତାବ ରଖିଛନ୍ତି କେଜ୍ରିଓ୍ଵାଲ । ତେବେ ଆଗରୁ ୨ଶହ ଲୋକଙ୍କୁ ବିବାହ ଉତ୍ସବରେ ସାମିଲ ହେବାକୁ ଅନୁମତି ମିଳୁଥିବା ବେଳେ ବର୍ତ୍ତମାନ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି ।