ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ଗଜପତି ମହାରାଜ ଦିବ୍ୟସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଏଥିରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୫୪ କୋଟି ବଜେଟ୍ ର ଅନୁମୋଦନ କରାଯାଇଛି । ତେବେ ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ନନ କୁମାର ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିରର ଆୟ ବହୁତ କମୁଛି ଏବଂ ଶ୍ରୀମନ୍ଦିରର ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଛି । ଏହି ବୈଠକରେ ନାଗାର୍ଜୁନ ବେଶ ନେଇ ଆଲୋଚନା କରାଯିବା ସହିତ ୧ମାସ ପରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ନେଇ ନିଷ୍ପତ୍ତି ନିଆଯିବ .। ଏନେଇ ୩ଟି କମିଟି ଗଠନ କରାଯିବ । ସେ ଏହା ମଧ୍ୟ କହିଛନ୍ତି ଯେ, ଭକ୍ତଙ୍କୁ କେବେ ଓ କେମିତି ଦର୍ଶନ ପାଇଁ ଛାଡିବୁ ତାହା କମିଟି ନିଷ୍ପତ୍ତି ନେବ ଏବଂ ୪ ସପ୍ତାହ ମଧ୍ୟରେ ସମସ୍ତ ବ୍ୟବସ୍ଥା ସାରି ଆମେ ପ୍ରସ୍ତୁତ ହେବା ଆଶାରେ ଅଛୁ । ଏବଂ ମନ୍ଦିର ଖୋଲିବାକୁ ନେଇ ବୈଠକରେ ସକରାତ୍ମକ ଆଲୋଚନା ହୋଇଥିବା ଜଣାପଡିଛି ।
ସୂଚନା ଥାଉକି. ପୂର୍ବରୁ ଫାଇନାନ୍ସ ସବ୍ କମିଟି, ଲ୍ୟାଣ୍ଡ ସବ୍ କମିଟି , ସେବାୟତ ସବ୍ କମିଟି ଏବଂ ନୀତି ସବ୍ କମିଟିରେ ଏହି ବିଷୟରେ ବିସୃତ ଭାବେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବା ସହ ଶ୍ରୀମନ୍ଦିର ବଜେଟରେ ଆୟ ଓ ବ୍ୟୟ ନେଇ ସ୍ଵତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।