ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜମହଲ ଛକରେ ଆଜି ଜଣେ ଯୁବତୀଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି । ଯୁବତୀ ଜଣକ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପଥର ମାଡ କରିଛନ୍ତି । ଏହି ପଥର ମାଡରେ ଯୁବକ ଜଣକ ଲହୁଲୁହାଣ ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । କିନ୍ତୁ ପୋଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଯୁବତୀ । ତେବେ ଯୁବତୀ ଜଣକ ଯୁବକଙ୍କୁ କାହିଁକି ପଥର ମାଡ କରିଥିଲେ , ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।