ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ;ବିଜେପି ନେତ୍ରୀଙ୍କ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଶ୍ରୀମନ୍ଦିର ଖୋଲିବାକୁ ଦାବିରେ କହିଥିବା ମତକୁ ନେଇ ଜୋର ଧରିଛି ବିବାଦ । ସେହି ବିବଦୀୟ ବୟାନକୁ ନେଇ ବଢୁଛି ପ୍ରତିକ୍ରିୟା । ଲେଖାଶ୍ରୀ କହିଥିଲେ , ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଜାଣିବାକୁ ପାଇଲେ ଦେଶବାସୀ । ଲେଖାଶ୍ରୀଙ୍କ ଏପରି ବିବାଦୀୟ ବୟାନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି ।
ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ଓଡିଶା ଓ ଜଗନ୍ନାଥଙ୍କ ପ୍ରତି ଏହା ଆପମାନ । ଆଗ କହିଲେ ଓଡିଶା ପାକିସ୍ତାନ ପରି ଆଉ ଏବେ ଏକଥା! ଓଡ଼ିଶା ଏବଂ ଜଗତର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଏଟା ଅପମାନ। ୩ ବର୍ଷର ପିଲାଟିଏ ମଧ୍ୟ ଜାଣେ, ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ ପୁରୀ କେଉଁଠାରେ | ସେ କଲିକତାର ମଧ୍ୟ ପ୍ରଭୁ, ଏଥିରେ ଦ୍ୱିରୁକ୍ତି ନାହିଁ ।
ପ୍ରମିଳା ବିଶୋୟୀ କହିଛନ୍ତି, ଏହା ଲେଖାଶ୍ରୀଙ୍କର ନିର୍ବୋଧତା । ଜଗନ୍ନାଥପ୍ରେମୀଙ୍କ ମନରେ ଲେଖାଶ୍ରୀଙ୍କ ବୟାନ ଆଘାତ ଦେଇଛି । ପୁରୀ କହିଲେ ଜଗନ୍ନାଥ, ଜଗନ୍ନାଥ କହିଲେ ପୁରୀକୁ ବୁଝାଏ । ଜଗନ୍ନାଥଙ୍କୁ କୌଣସି ନେତାଙ୍କ ସହ ତୁଳନା କରିବା ନିର୍ବୋଧତା ।
ଏମିତି କହି ଲେଖାଶ୍ରୀ ନିଜର ନିର୍ବୋଧ, ବାଚାଳାମି ଓ ଅହଙ୍କାରର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ବୋଲି ଅରୂପ ।
କଂଗ୍ରେସର ବରିଷ୍ଠ ନେତା ସୁର ଦାସ କହିଛନ୍ତି- ପ୍ରଭୁ ଜଗନ୍ନାଥ ହିମାଳୟ । ତାଙ୍କ ଆଗରେ ସମ୍ବିତ ପାତ୍ର ଧୂଳି ବି ହେବେନାହିଁ । ମ୍ୟାଡମଙ୍କର ମତିଭ୍ରମ ଘଟିଲାଣି ।
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ପୁରୀ ନେଇ ଲେଖାଶ୍ରୀଙ୍କ ବିଭ୍ରାନ୍ତିକର ଓ ଅପମାନ ସୂଚକ ମନ୍ତବ୍ୟ ରାଜ୍ୟ ବିରୋଧୀ । ସେ ଯେଉଁଭଳି ଭାବେ ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି,ସେହିଭଳି ଭାବେ ବଡଦାଣ୍ଡ ଯାଇ ପ୍ରଭୁ ଜଗନ୍ନାଥକୁ ଭୁଲ ମାଗନ୍ତୁ । ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ କୁହାଯାଇଛି ।
ସେହିପରି ପୁରୀ ଟାଉନଥାନାରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏତଲା ଦାୟର କରାଯାଇଛି । ଲେଖାଶ୍ରୀ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ନହେଲେ ପୁରୀକୁ ପୁରାଇ ଦିଆଯିବ ନାହିଁ ବୋଲି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସେପଟେ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସଫେଇ ଦେବା ଉଦ୍ଦେଶ୍ୟରେ କହିଛନ୍ତି ଯେ ଓଡିଶାରେ ଭାଷା , ସଂସ୍କୃତିକୁ କ୍ଷୁର୍ଣ୍ଣ କରିବାକୁ କିଛି ଲୋକ ଷଡଯନ୍ତ୍ର କରୁଛନ୍ତି । ବ୍ରହ୍ମ ବିଭ୍ରାଟ , ରତ୍ନ ଭଣ୍ଡାର ଚାବି ହଜିବା, ବଗଲା ଜମି ବିକ୍ରି ପଛରେ କିଏ ,ଲୋକମାନେ ସବୁକିଛି ଜାଣିଛନ୍ତି ।