ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ମଙ୍ଗଳ ଗ୍ରହର ଶିଳା ନମୁନାକୁ ଗବେଷଣା କରିବା ପାଇଁ ପ୍ରୟାସ ଚାଲିଛି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଉଦ୍ୟମ କରିଥିବାବେଳେ ଏ ନେଇ ‘ନାସା’ ପକ୍ଷରୁ ଗତ ନଭେମ୍ବର ୧୦ରେ ଏକ ଘୋଷଣା କରାଯାଇଥିଲା। ମଙ୍ଗଳ ଗ୍ରହରୁ ଶିଳା ନମୁନା (ଏମ୍ଏସ୍ଆର୍) ଆଣିବାକୁ ବୈଜ୍ଞାନିକମାନେ ପ୍ରସ୍ତୁତ ବୋଲି ‘ନାସା’ ପକ୍ଷରୁ ସୂଚନା ମିଳିଛି । ସେଠାରୁ ନମୁନା ଆଣିବା ପରେ ଏହା ଉପରେ ଅଧିକ ଗବେଷଣା କରାଯିବ ବୋଲି ‘ନାସା’ କହିଛି।
ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବାକୁ ଆମ ବୈଜ୍ଞାନିକମାନେ ପ୍ରସ୍ତୁତ ବୋଲି ‘ନାସା’ ଟ୍ବିଟ୍ କରି ଜଣାଇଛି। ସେହିଭଳି ଶିଳା ନମୁନା ଉପରେ ଉଚ୍ଚତର ଗବେଷଣା ପାଇଁ ‘ନାସା’ ସ୍ବତନ୍ତ୍ର ଭାବେ ଏକ ସମୀକ୍ଷା ବୋର୍ଡ ‘ଏମ୍ଏସ୍ଆର୍ଆଇଆର୍ବି’ ଗଠନ କରିଛି। ଏହା ୟୁରୋପୀୟ ମହାକାଶ ସଂସ୍ଥା (ଏଏସ୍ଏ) ସହ ମିଳିତ ଭାବେ ଗବେଷଣା ଜାରି ରଖିବ । ଗତ ଜୁଲାଇରେ ‘ନାସା’ ପଠାଇଥିବା ରୋଭର ଏବେ ମଙ୍ଗଳ ଗ୍ରହର ନିକଟତର ହେଉଛି । ଆଗାମୀ ଦିନରେ ଏହା ମଙ୍ଗଳ ଗ୍ରହ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ଏବଂ ପୃଥିବୀକୁ ପଠାଇବ ବୋଲି ‘ନାସା’ କହିଛି।