ସନ୍ଷ୍ଟାର ଟିଭି ବ୍ୟୁରୋ
ଇତିହାସ ରଚିଲା ଆମେରିକାର ସ୍ପେସ୍ ଏକ୍ସ ସଂସ୍ଥା। ଆଜି ଫ୍ଲୋରିଡା ସ୍ଥିତ ସ୍ପେସ୍ ସେଣ୍ଟରରୁ ୪ ଜଣ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ ବାହାରିଛି ଫାଲକନ୍ ରକେଟ୍। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବାକୁ ୨୭ ଘଣ୍ଟା ଲାଗିବ। ଲଞ୍ଚ ସମୟରେ ଆମେରିକାର ଉପରାଷ୍ଟ୍ରପତି ମାଇକ୍ ତାଙ୍କ ପତ୍ନୀଙ୍କ ସହ ସେଠାରେ ଉପସ୍ଥିତ ଥିଲେ ।
ଏହି ମହାକାଶ ଯାତ୍ରା ଆମେରିକା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ, ପ୍ରଥମ ଥର ପାଇଁ ଆମେରିକାର କୌଣସି ବେସରକାରୀ ସଂସ୍ଥା ମହାକାଶ ଯାତ୍ରାରେ ସାମିଲ ହୋଇଛି। ମହାକାଶ ଯାତ୍ରା ପାଇଁ ପୂର୍ବରୁ ନାସା ଋଷର ସୋୟୁଜ ରକେଟ ଉପରେ ନିର୍ଭର କରୁଥିଲା ।
ମହାକାଶ ଯାତ୍ରାରେ ବାହାରିଥିବା ୪ ଜଣ ମହାକାଶଚାରୀଙ୍କ ମଧ୍ୟରୁ ୩ ଜଣ ଆମେରିକୀୟ ଏବଂ ଜଣେ ଜାପାନର। ଏହା ପୂର୍ବରୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍ ଏଜେନ୍ସି ସ୍ପେସ୍ ଏକ୍ସ ପକ୍ଷରୁ ହୋଇଥିବା ମିଳିତ ମହାକାଶ ମିଶନ ସଫଳ ହୋଇଥିଲା।
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଟୁଇଟ କରି ଏହି ଲଞ୍ଚ ପାଇଁ ଶୁଭେଚ୍ଛା ଜଣାଇବା ସହିତ ଏହା ବିଜ୍ଞାନର ତାକତର ପ୍ରମାଣ ବୋଲି କହିଛନ୍ତି ।
Congratulations to NASA and SpaceX on today’s launch. It’s a testament to the power of science and what we can accomplish by harnessing our innovation, ingenuity, and determination. I join all Americans and the people of Japan in wishing the astronauts Godspeed on their journey.
— Joe Biden (@JoeBiden) November 16, 2020
ସ୍ଥାନୀୟ ସମୟ ଅନୁସାରେ ସୋମବାର ରାତି ୧୧ଟା ସୁଦ୍ଧା ଚାଳକ ଦଳ ନିଜ ଲକ୍ଷ୍ୟ ସ୍ଥାନରେ ପହଞ୍ଚିବେ ଓ ସେଠାରେ ସେମାନେ ୬ ମାସ ଯାଏଁ ରହିବେ ।