ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ଆଧାରିତ ଏକ ସାଇଲେଣ୍ଟ ସର୍ଟ ଫିଲ୍ମ ଯାହାର ନାମ ‘ଓ୍ବାରିଅର୍ସ ଓ୍ବାର ଓ୍ବିଦିନ’ ୩ଟି ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନୀତ ହୋଇଛି । ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଗଜେନ୍ଦ୍ର କୁମାର ପାଢୀଙ୍କ ୧୨ମି.୨୨ ସେକେଣ୍ଡ ର ଏହି ଫିଲ୍ମଟି ପଳିତ ବର୍ଷ ଆମେରିକା, ଭୁଟାନ ଓ ସିଙ୍ଗାପୁରରେ ଅନୁଷ୍ଠିତ ମହୋତ୍ସବରେ ସ୍ଥାନ ପାଇବା ସହ ପୁରସ୍କୁତ ହୋଇଛି ।
ଏହି ଫିଲ୍ମଟି କରୋନା ଯୋଦ୍ଧା କୁହାଯାଉଥିବା ଜଣେ ନର୍ସଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ପର୍ଯ୍ୟବେସିତ ।ସେ ଜଣେ ମା ହେବା ସହିତ ଜଣେ କରୋନା ଯୋଦ୍ଧା ।ମା ପରି ରୋଗୀଙ୍କ ସେବା କରିବା ପାଇଁ ଘରେ ଛାଡି ଆସିଛନ୍ତି ଏକ ଛୋଟ ଛୁଆକୁ । ସେହି ଛୋଟ ଛୁଆକୁ ସେ କେବଳ ଦୂରରୁ ଦେଖି ପାରୁଛନ୍ତି ମାତ୍ର ତାକୁ କୋଳେଇ ନେଇ ପାରୁନାହାନ୍ତି । ଏହିଭଳି କିଛି ଦୃଶ୍ୟକୁ ନେଇ ନିର୍ମିତ ଫିଲ୍ମଟି ବେଶ୍ ହୃଦୟସ୍ପର୍ଶୀ ହୋଇଛି । ଏହି ଫିଲ୍ମରେ କୌଣସି ଭାଷାର ବ୍ୟବହାର ହୋଇନାହିଁ ।
ଫିଲ୍ମର ମୁଖ୍ୟ ଭୁମିକାରେ ଗାୟତ୍ରୀ ରଥ ନଜର ଆସିଥିବା ବେଳେ ଫିଲ୍ମର ଏଡିଟିଂ ଓ ମ୍ୟଜିକ ଦାୟିତ୍ବ କୁନାଲ ହୋତା ସମ୍ଭାଳିଥିବା ବେଳେ କ୍ୟାମେରା ଓ ଲାଇଟ ଭାର ସମ୍ଭାଳିଛନ୍ତି ଗଗନ କୁମାର ରାଉତ । ସମସ୍ତ କୋଭିଡ ନିୟମକୁ ପାଳନ କରି ମାତ୍ର ଗୋଟିଏ ଦିନରେ ଫିଲ୍ମଟି ସୁଟିଂ ହୋଇଛି ବୋଲି କହିଛନ୍ତି ଚଳଚ୍ଚିତ୍ର ନିର୍ମାତା ଗଜେନ୍ଦ୍ର କୁମାର ପାଢୀ ।