ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଭାରତୀୟ ରେଳପଥର ସର୍ବ ଶ୍ରେଷ୍ଠ ପୁରସ୍କାର ‘ପଣ୍ତିତ ଗୋବିନ୍ଦ ବଲ୍ଲଭ ପନ୍ତ ବେଷ୍ଟ ଜୋନାଲ ରେଲ୍ଓ୍ବେ ସିଲ -୨୦୨୦’ ପ୍ରଦାନ ପାଇଁ ଘୋଷଣା ହୋଇଛି ।ଏହି ପୁରସ୍କାର ପାଇଁ ପୂର୍ବତଟ ରେଳପଥକୁ ଚୟନ କରାଯାଇଛି । ଯେକୌଣସି ଜୋନାଲ ରେଳପଥ ପାଇଁ ଏହା ଅତ୍ୟନ୍ତ ସମ୍ମାନଜନକ ଓ ପୂର୍ବତଟ ରେଳପଥ ତୃତୀୟ ଥର ପାଇଁ ଏହି ପୁରସ୍କାରରେ ସମ୍ମାନୀତ ହେବାକୁ ଯାଉଛି ।ପୂର୍ବରୁ ୨୦୦୮-୦୯ ଓ ୨୦୧୫-୧୬ରେ ସେ ଏହି ପୁରସ୍କାରରେ ସମ୍ମାନୀତ ହୋଇଥିଲା ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତର ସ୍ବାଧିନତା ସଂଗ୍ରାମୀ ପଣ୍ତିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏହି ସମ୍ମାନ ପ୍ରତିବର୍ଷ ଜୋନାଲ ରେଳପଥକୁ ଦିଆଯାଇଥାଏ । ଭାରତୀୟ ରେଳପଥ ମଧ୍ୟରେ ଯିଏ ଶ୍ରେଷ୍ଠ ପ୍ରଦର୍ଶନ କରିଥାଏ ତାକୁ ହିଁ ଏହି ପୁରସ୍କାରରେ ସମ୍ମାନୀତ କରାଯାଏ । ଏହି ପୁରସ୍କାର ଚୟନ ବେଳେ ଆୟ, ପରିବହନ , ସମୟାନୁବର୍ତ୍ତିତା, ଯାତ୍ରୀ ସେବା, ଦୁର୍ଘଟଣା, ମରାମତି, କୋଚ, ଶକ୍ତି ଉପଯୋଗ, ମାନବ ସମ୍ବଳ, ସିଗନାଲ ଓ ଟେଲିକମ୍ ଯନ୍ତ୍ରାଂଶ, ଟ୍ରାକ ନବୀକରଣ. ଟିକେଟ୍ ଚେକିଂ ଆଦି ରେଲ୍ଓ୍ବେର ସମସ୍ତ କାର୍ଯ୍ୟ ଦେଖାଯାଇଥାଏ ।
ତେବେ ଜାତୀୟ ରେଳପଥ ପୁରସ୍କାର ବିତରଣ ସମୟରେ କେନ୍ଦ୍ରୀୟ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏହି ପୁରସ୍କାର ପୀର୍ବତଟ ରେଲପଥକୁ ଦେବେ ବୋଲି କୁହାଯାଇଛି ।
.@RailMinIndia @EastCoastRail to receive most prestigious Pandit Govind Ballabh Pant Best Zonal Railway Shield-2020 for All Round Performance among all the zones in Indian Railways @DRMWaltairECoR @DRMSambalpur @DRMKhurdaRoad pic.twitter.com/XNXXOgWP91
— East Coast Railway (@EastCoastRail) November 16, 2020
.@RailMinIndia This shield instituted in the memory of Late Pandit Govind Ballabh Pant, the freedom fighter & former Union Minister, is given every year to Zonal Rly, whose performance is adjudged to be best amongst all Zonal Railways @DRMWaltairECoR @DRMSambalpur @DRMKhurdaRoad pic.twitter.com/LtFmoe3lpg
— East Coast Railway (@EastCoastRail) November 16, 2020