ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର :ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାକୁ ହେଲେ ସମସ୍ତଙ୍କୁ ଦରକାର ପଡିଥାଏ ପାସ୍ପୋର୍ଟ । ଯାତାୟାତ ସବୁଠୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ପାସ୍ପୋର୍ଟ ଯାହାକି ବାଧ୍ୟତାମୂଳକ ଅଟେ । ଯଦି କେହି ବିନା ପାସ୍ପୋର୍ଟରେ ଯାତ୍ରା କରିଥାନ୍ତି ତେବେ ତାଙ୍କୁ ସେଠାକାର ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡିଥାଏ ।
ତେବେ ଆପଣ ଜାଣି ଚକିତ ହେବେ ଯେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ପାସପୋର୍ଟ ଦରକାର ପଡେ ନାହିଁ । ସେ ହେଉଛନ୍ତି ବ୍ରିଟିଶ୍ର ରାଣୀ । ରାଣୀଙ୍କୁ ପାସ୍ପୋର୍ଟର ଆବଶ୍ୟକତା ନାହିଁ କାରଣ ବ୍ରିଟିଶ୍ ପାସପୋର୍ଟର ପ୍ରଥମ ପୃଷ୍ଠାରେ ଲେଖାଯାଇଛି ଯେ ବ୍ରିଟିଶ୍ ରାଣୀଙ୍କ ନାମରେ ହିଁ ପାସପୋର୍ଟ ଅନୁମୋଦନ ହୋଇଥାଏ । ତେଣୁ ଏହା ହାସ୍ୟାସ୍ପଦ କଥା ଯେ ଖୋଦ୍ ବ୍ରିଟିଶ୍ର ରାଣୀକୁ ହିଁ ପାସପୋର୍ଟର ଆବଶ୍ୟକ ପଡିବ । ଆଉମଧ୍ୟ ରାଣୀଙ୍କ ପାଖରେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଅଛି ଯାହାର ମୂଲ୍ୟ ପାସପୋର୍ଟ ଠାରୁ ବି ଅଧିକ ।