ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ମହାମାରୀକୁ ଆଖି ଆଗରେ ରଖି ପେନସନ୍ ତଥା ପରିବାର ପେନସନଭୋଗୀମାନଙ୍କୁ ହାତ ପାହାନ୍ତରେ ସେବା ଯୋଗାଇବା ପାଇଁ ରାଜ୍ୟସରକାରଙ୍କ ଅର୍ଥବିଭାଗ ତରଫରୁ ସୁବିଧା କରାଯାଇଛି।
ଏଣିକି ଟ୍ରେଜେରିକୁ ନଯାଇ ପେନସନ୍ ତଥା ପରିବାର ପେନସନଭୋଗୀମାନେ IFMS ପୋର୍ଟାଲରୁ ଫର୍ମ ୧୬( ଆୟକର ଟିକସ) ଅନଲାଇନରେ ଡାଉନଲୋଡ କରିପାରିବେ। ପେନସନଭୋଗୀମାନେ ବରିଷ୍ଠ ନାଗରିକ, ତେଣୁ ସଂକ୍ରମଣ ଭୟଥିବାରୁ ସେମାନେ ଘରେ ରହି ଅନଲାଇନରେ ଫର୍ମ ପାଇପାରିବେ।
ଏହି ସୁବିଧା ରାଜ୍ୟ ସରକାରଙ୍କ ସମସ୍ତ ପେନସନ୍ ତଥା ପରିବାର ପେନସନଭୋଗୀ ଏବଂ ଓଡିଶାର ସମସ୍ତ ସାହାଯ୍ୟପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଯେଉଁମାନେ ଟ୍ରେଜେରିରୁ ପେନସନ ଗ୍ରହଣ କରିଥାନ୍ତି ସମସ୍ତଙ୍କ ପାଇଁ ଲାଗୁ ହେବ।