ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆମାଜନରେ ଚାକିରୀ କରିବାକୁ କିଏବା ନ ଚାହେଁ । ଯଦି ଆପଣଙ୍କ ସ୍ଵପ୍ନ ଅଛି ଏଠି କାମ କରିବାକୁ, ତେବେ ଖୁବ ଶୀଘ୍ର ଆପଣଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଛି । ଆମାଜନ ନିଜ ସହିତ ୨୦ ହଜାର ଲୋକଙ୍କୁ ଯୋଡିବାକୁ ଘୋଷଣା କରିଛି । ଏବେ ଆମାଜନ ଆପଣଙ୍କୁ ନିଯୁକ୍ତି ଦେବ ଏବଂ ଏହାକୁ ଆପଣ ଫୁଲ୍ ଟାଇମ୍, ପାର୍ଟ ଟାଇମ୍ କୌଣସି ବି ସମୟରେ କରିପାରିବେ । ଆପଣ ଯଦି ଚାହିଁବେ ତେବେ ମାତ୍ର ୪ ଘଣ୍ଟା ଚାକିରୀ କରି ମାସିକ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ ।
କେଉଁଠି ମିଳିବ ନିଯୁକ୍ତି
ଆମାଜନରେ ଡେଲିଭରୀ ବୟର ନିଯୁକ୍ତି ବାହାର କରାଯାଇଛି ଯାହା ଜରିଆରେ ଆପଣ ମୋଟା ରାଶି କମାଇ ପାରିବେ । ଏହି କମ୍ପାନୀର ଅଧିକାଂଶ ସହରରେ ସେଣ୍ଟର ଅଛି, ତେଣୁ ଆପଣଙ୍କୁ ନିଜ ସହରରେ ମଧ୍ୟ ଅତି ସହଜରେ ନିଯୁକ୍ତି ମିଳିଯିବ ।
କେମିତି କରିବେ ଆବେଦନ
ଡେଲିଭରୀ ବୟ ଚାକିରୀ ପାଇଁ ଆପଣ ସିଧା ଆମାଜନର ସାଇଟ୍ https://logistics.amazon.in/applynow ରେ ଆବେଦନ କରିପାରିବେ । ଏହା ବ୍ୟତୀତ ଆମାଜନର କୌଣସି ବି ସେଣ୍ଟର ଯାଇ ଚାକିରୀ ପାଇଁ ଆବେଦନ କରିହେବ । ଅଧିକାଂଶ ସେଣ୍ଟର୍ସରେ ଡେଲିଭରୀ ବୟ ପାଇଁ ସ୍ଥାନ ଖାଲି ଥାଏ ।
ଡେଲିଭରୀ ବୟକୁ ସାରା ଦିନ କାମ କରିବାକୁ ପଡେନି । କେବଳ ତାଙ୍କ ଏରିଆ ହିସାବରେ ପ୍ୟାକେଜ୍ ଦିଆଯାଏ । ଡେଲିଭରୀ ବୟଙ୍କ କହିବାନୁସାରେ ଗୋଟେ ଦିନରେ ପ୍ରାୟ ୪ ଘଣ୍ଟାରେ ୧୦୦-୧୫୦ ପ୍ୟାକେଜ୍ ଡେଲିଭରୀ କରିହୁଏ । ଡେଲିଭରୀ ବୟ ହେବା ପାଇଁ ଆପଣଙ୍କୁ ସ୍କୁଲ୍ କିମ୍ବା କଲେଜ ପାସ୍ ସାର୍ଟିଫିକେଟ୍ ହେବା ଜରୁରୀ । ଡେଲିଭରୀ କରିବା ପାଇଁ ଆପଣଙ୍କ ପାଖରେ ନିଜ ବାଇକ୍ କିମ୍ବା ସ୍କୁଟର ଥିବା ଉଚିତ୍ । ବାଇକ୍ କିମ୍ବା ସ୍କୁରଟର ଇନସ୍ୟୁରାନ୍ସ ବୈଧ ହେବା ଉଚିତ୍ । ଏହା ସହିତ ଆବେଦନ କରିଥିବା ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ଥିବା ଉଚିତ୍ ।
କେତେ ମିଳିବ ସାଲାରୀ ?
ଡେଲିଭରୀ ବୟକୁ କମ୍ପାନୀ ତରଫରୁ ପ୍ରତି ମାସରେ ସାଲାରୀ ଦିଆଯାଏ । କମ୍ପାନୀ ନିଜ ଡେଲିଭରୀ ବୟକୁ ୧୨ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସାଲାରୀ ଦିଏ । ଏଥିରେ ପେଟ୍ରୋଲ ଖର୍ଚ୍ଚ ନିଜର ହୋଇଥାଏ । ତେବେ ଗୋଟିଏ ପ୍ରଡକ୍ଟ ବା ପ୍ୟାକେଜ ଡେଲିଭରୀ କରିବା ପରେ ୧୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଡେଲିଭରୀ ସର୍ଭିସ ଦେଉଥିବା କମ୍ପାନୀ ଅନୁସାରେ ଯଦି କେହି ସାରା ମାସ କାମ କରିଥାଏ ଏବଂ ପ୍ରତି ଦିନ ୧୦୦ ପ୍ୟାକେଜ୍ ଡେଲିଭରୀ କରେ ତେବେ ସେ ୬୦ ହଜାରରୁ ୭୦ ହଜାର ପର୍ଯ୍ୟନ୍ତ ମାସିକ ଆୟ କରିପାରିବ ।