ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର; ଏବେକା ଯୁଗରେ ସବୁକିଛି ସ୍ମାର୍ଟ ହେଲାଣି ଏପରିକି ଠକେଇର ମାଧ୍ୟମ ମଧ୍ୟ ସ୍ମାର୍ଟ ହେଲାଣି । ଏପରି ଏକ ଭିନ୍ନ ଧରଣର ଠକେଇ ଦେଖାଯାଇଛି ଭୁବନେଶ୍ବର ଅଞ୍ଚଳରେ । ଫ୍ଲିପର୍କାଟ ଇ ବାଣିଜ୍ୟିକ କମ୍ପାନୀର ଜଣେ ଡେଲିଭରି ବୟ ଏପରି ଭିନ୍ନ ଢଙ୍ଗରେ ଠକେଇ କରୁଥିବାର ଦେଖିବାକୁ ମିଳିଛି । ତାଙ୍କ ନାମ ଧର୍ମେନ୍ଦ୍ର ଜେନା ଓ ସେ ରସୁଲଗଡର ଶବରସାହିର ବାସିନ୍ଦା ହୋଇଥିବାର ଜଣାପଡିଛି ।
ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ସେହି ଡେଲିଭରି ବୟ ଜଣକ ନିଜେ ଗ୍ରାହକଙ୍କ ଭଳି ମୋବାଇଲ ଫୋନ ଓ ଲାପଟପ ଅର୍ଡର କରୁଥିଲେ ଏବଂ ପରେ ଏହାକୁ ଭୁଲ ଜିନିଷ କହି ଫେରସ୍ତ କରିଦେଉଥିଲେ । ତାଙ୍କ ଅଭିଯୋଗ ଥିଲା ଯେ ସେହି ପ୍ୟାକେଟ ଗୁଡିକରେ ମୋବାଇଲ ଫୋନ ଓ ଲାପଟପ ବଦଳରେ ସାବୁନ ଆସୁଛି । ଫ୍ଲିପର୍କାଟ କମ୍ପାନୀ ଲାପଟପ ଓ ମୋବାଇଲ ସ୍ଥାନରେ ସାବୁନ ଦେଉଛି ବୋଲି ସେ ମଧ୍ୟ ଥାନାରେ ଅଭିଯୋଗ ଆଣିଥିବା ଜଣାପଡିଛି ।
ଘଟଣାର ସତ୍ୟତା ଜାଣିବା ପାଇଁ ଇ ବାଣିଜ୍ୟକ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ । ପ୍ରାରମ୍ଭିକ ତଦନ୍ତ କରିବା ସମୟରେ ପୋଲିସ ଧର୍ମେନ୍ଦ୍ର ଜେନାଙ୍କ ନିକଟରୁ ଏକ ନୂଆ ଲାପଟପ ଓ ଆଇ ଫୋନ ଜବତ କରିବା ସହ ତାଙ୍କୁ ଗିରଫ କରିଛି ।