ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ମହାମାରୀର ଲକଡାଉନ୍ ଏବଂ ସଟଡାଉନ୍ କୃଷି ଓ କୃଷକ ଉପରେ ଅନେକ ପ୍ରଭାବ ପକାଇ ଥିବାବେଳେ ଏମାନଙ୍କର ବିକାଶକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ କୃଷକ ଓଡିଶା ଓ ବିଭିନ୍ନ ଅନ୍ଲାଇନ ସେବାର ଶୁଭାରମ୍ଭ କରିଛନ୍ତି । ଫାଇଭ୍-ଟି ଅଧିନରେ କୃଷକ ଓ କୃଷି କର୍ମଚାରୀଙ୍କ ପାଇଁ କୃଷି ଡାଟା ବେସ୍, କୃଷି ସାମଗ୍ରୀ ବିକ୍ରେତାଙ୍କ ପାଇଁ ଅନ୍ଲାଇନ ଲାଇସେନ୍ସ ପ୍ରଦାନ, ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ଅନ୍ଲାଇନରେ ସମ୍ପାଦନ ହେବ । ଏହାର ଯାଞ୍ଚ ପ୍ରକ୍ରିୟା ଆସନ୍ତା ୧୦୦ ଦିନ ମଧ୍ୟରେ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଛି ।
କୃଷି ଡାଟାବେସରେ ବର୍ତମାନ ୭୬ ଲକ୍ଷ ଚାଷୀ ରହିଥିବାବେଳେ ଏହିସବୁ ଚାଷୀଙ୍କୁ କୃଷକ ପରିଚୟ ପତ୍ର ପ୍ରଦାନ କରାଯିବ । ଭିଡିଓ କନ୍ଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ କୃଷକ ଡାଟା ବେସ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଫାଇଭ୍ ଟି କାର୍ଯ୍ୟକ୍ରମ ଫଳରେ ନିଜ କାମ ପାଇଁ ଆଉ କୌଣସି ଚାଷୀ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କରୋନା କାଳରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା ବୋଲି ସେ କହିଛନ୍ତି ।