ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ଲୋକପ୍ରିୟ ନିର୍ଦ୍ଦେଶକ, ଅଭିନେତା ତଥା କୋରିଓଗ୍ରାଫର ପ୍ରଭୁ ଦେବା ଏବେ ପୁଣି ଥରେ ଚର୍ଚ୍ଚାରେ । ପ୍ରଭୁ ଦେବାଙ୍କ ରିଲେସନ୍ସିପକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ସେ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି। କୋରିଓଗ୍ରାଫର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ପ୍ରଭୁ ଦେବା କେବଳ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନୁହେଁ, ବଲିଉଡର ଅନ୍ୟତମ ପ୍ରମୁଖ କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ଅଟନ୍ତି। ପ୍ରଭୁ ଦେବା ୨୦୧୧ରେ ପତ୍ନୀ ରାମଲଥାଙ୍କଠାରୁ ଅଲଗା ହୋଇଥିଲେ।
ଏବେ କୁହାଯାଉଛି ଯେ, ପ୍ରଭୁ ଦେବା ପୁଣି ଥରେ ଲଭ୍ ରିଲେସନ୍ସିପ୍ରେ ଅଛନ୍ତି । ଇ-ଟାଇମ୍ସ ରିପୋର୍ଟ ଅନୁଯାୟୀ, ପ୍ରଭୁ ଦେବା ଏବେ ତାଙ୍କର ଜଣେ ଭାଣିଜୀଙ୍କୁ ଡେଟ୍ କରୁଛନ୍ତି। ସେ ତାଙ୍କୁ ଶୀଘ୍ର ବିବାହ କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ପ୍ରଭୁ ଦେବାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
ଉଲ୍ଲେନୀୟ ଯେ, ବିବାହ ପରେ ପ୍ରଭୁ ଦେବା ତାଙ୍କ ପତ୍ନୀ ରାମଲଥାଙ୍କଠାରୁ ଅଲଗା ହୋଇଯାଇଥିଲେ। ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନୟନ୍ତରାର ସଫଳ ଅଭିନେତ୍ରୀ ନୟନତାରାଙ୍କ ସହ ମଧ୍ୟ ଡେଟ କରୁଥିଲେ ବୋଲି ଶୁଣିବାକୁ ମିଳିଥିଲା । ସେହି ସମୟରେ ସେ ରାମଲଥାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କିନ୍ତୁ ଏହା ପରେ ମଧ୍ୟ ସେ ନୟନତାରାଙ୍କୁ ଭଲ ପାଉଥିଲେ। ତଥାପି ସେମାନଙ୍କର ସମ୍ପର୍କ ଅଧିକ ଦିନ ଯାଏଁ ତିଷ୍ଠିନଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ।