ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଚଳିତ ବର୍ଷ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଥିବା ବେଳେ ପୁଣି ଘୁଞ୍ଚିଛି ପରୀକ୍ଷାଫଳ ତାରିଖ। ଏଇ ୧୬ ତାରିଖରେ ପ୍ରକାଶ ପାଇବାକୁ ଥିବା ମେରିଟ ଲିଷ୍ଟ ନଭେମ୍ବର ୨୧ରେ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରେସ୍ ମିଟ୍ ଯୋଗେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ନଭେମ୍ବର ୭ରେ ମେରିଟ୍ ଲିଷ୍ଟ ବାହାରିବ ବୋଲି ପ୍ରଥମେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ବିଭାଗ ସଚିବ। କିନ୍ତୁ ପରେ ତାହାକୁ ନଭେମ୍ବର ୧୬କୁ ଘୁଞ୍ଚାଇ ଦିଆଯାଇଥିଲା। ଏତଦବ୍ୟତୀତ ଡିସେମ୍ବର ୨୧ ତାରିଖ ସୁଦ୍ଧା ବିଶ୍ବବିଦ୍ୟାଳୟଗୁଡ଼ିକରେ ପିଜି ଆଡମିସନ୍ ପ୍ରକ୍ରିୟା ଶେଷ ହେବ ବୋଲି ଏଥିରେ କୁହାଯାଇଛି।