ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ମହାମାରୀର କରାଳ ପରିଣତି ସମୟରେ ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ପିଛା ଛାଡ଼ିନାହିଁ । ତେବେ କେନ୍ଦ୍ର ସରକାର ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଉଚ୍ଚସ୍ତରୀୟ କମିଟି ବୈଠକ ଅନୁମୋଦନ କରି ପ୍ରାକୃତିକ କ୍ଷୟକ୍ଷତି ହୋଇଥିବା ରାଜ୍ୟମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ବାତ୍ୟା ‘ଅମ୍ଫନ’, ‘ନିସର୍ଗ’ ସହ ବନ୍ୟା ଓ ଭୂସ୍ଖଳନ ପାଇଁ ମୋଟ୍ ୪୩୮୧.୮୮ କୋଟିର ଅତିରିକ୍ତ ସହାୟତା ଘୋଷଣା କରାଯାଇଛି । ଏଥିରୁ ଓଡ଼ିଶାକୁ ୧୨୮.୨୩ କୋଟିର ଅତିରିକ୍ତ ସହାୟତା ଘୋଷଣା କରାଯାଇଛି । ଓଡ଼ିଶା ସମେତ ୬ଟି ରାଜ୍ୟକୁ କେନ୍ଦ୍ରର ଦୁର୍ବିପାକ ସହାୟତା ଘୋଷଣା କରାଯାଇଛି । ଓଡ଼ିଶା,ପଶ୍ଚିମବଙ୍ଗ,କର୍ଣ୍ଣାଟକ,ମଧ୍ୟପ୍ରଦେଶ,ମହାରାଷ୍ଟ୍ର ଓ ସିକିମ୍କୁ କେନ୍ଦ୍ର ସରକାର ପକ୍ଷରୁ ସହାୟତା ମିଳିଛି । ପଶ୍ଚିମବଙ୍ଗକୁ ସର୍ବାଧିକ ୨୭୦୭.୭୭ କୋଟିର ସହାୟତା ମିଳିଛି ।