ସନ୍ଷ୍ଟାର ଟିଭି ବ୍ୟୁରୋ
ଓ୍ବାସିଙ୍ଗଟନ୍; ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିକଟରେ ଏକ ରାଜନୈତିକ ପୁସ୍ତକ ରଚନା କରିଛନ୍ତି ଯାହାର ନାମ ରହିଛି ‘ଏ ପ୍ରୋମିଜ୍ଡ୍ ଲ୍ୟାଣ୍ଡ” । ଯେଉଁଥିରେ ସେ ଆମେରିକା ତଥା ଅନ୍ୟ ଦେଶ ନେତାଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ଓ୍ବାସିଙ୍ଗଟନର ନ୍ୟୁୟର୍କ ଟାଇମ୍ସ ଖବରକାଗଜ ଅନୁସାରେ ସେଥିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋ଼ହନ ସିଂ ଓ ଭାରତର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ବିଷୟରେ ମଧ୍ୟ ଲେଖିଛନ୍ତି । ସେ ସେହି ପୁସ୍ତକରେ ରାହୁଲଙ୍କୁ ଡରୁଆ ନେତା ବୋଲି ସମ୍ବୋଦିତ କରିଛନ୍ତି । ସେ ଆଉ ମଧ୍ୟ ଲେଖିଛନ୍ତି ଯେ ରାହୁଲ ଗୋଟେ ସ୍କୁଲ ଛାତ୍ର ଙ୍କ ପରି ଯିଏ କି ଶିକ୍ଷକଙ୍କ ଆଜ୍ଞାଧିନ ହେବା ପାଇଁ ବିଷୟ ଗୁଡିକୁ ଘୋଷି ପାରନ୍ତି ମାତ୍ର ସେ ବିଷୟରେ ପ୍ରବୀଣ ହୋଇପାରନ୍ତି ନାହିଁ ।
ଓବାମା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଥିଲେ ରାହୁଲ ଗାନ୍ଧୀ ସେତେ଼ବେଳେ ଭାରତରେ କଂଗ୍ରେସ ଦଳର ଉପାଧ୍ୟକ୍ଷ ଥିଲେ ।୨୦୧୭ରେ ଯେବେ ବାରାକ୍ ଓବାମା ଭାରତ ଯାତ୍ରା କରିଥିଲେ ସେବେ ସେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ।