ସନଷ୍ଟାର ଟିଭି ବ୍ୟୁରୋ
ଦିଲ୍ଲୀ ଏନସିଆରରେ ବାଣ ବିକ୍ରୟ ଉପରେ ଏକ ନିଷେଧାଦେଶ ଜାରି କରାଯାଇଛି, ଯାହାପରେ ହ୍ଵାଟସଆପ୍ ଜରିଆରେ ବାଣ ବିକ୍ରି କରାଯାଉଛି। ଏହି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏକ ବାଣ ତିଆରି ଗୋଦାମ ଉପରେ ଚଢାଉ କରିଥିଲା। ଏନେଇ ସିଓ ଅରବିନ୍ଦ ଚୌରାସିଆ ଲିସାଡି ପୋଲିସ୍ ଷ୍ଟେସନ୍ ନିିକଟ ଏକ ବାଣ ଗୋଦାମରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ପୋଲିସ ୫ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏହି ବାଣଗୁଡିକୁ ବିକିବା ପାଇଁ ଅଭିଯୁକ୍ତମାନେ ଏକ ହ୍ଵାଟସଆପ୍ ଗ୍ରୁପ୍ ମଧ୍ୟ ତିଆରି କରିଥିଲେ। କାରଣ ଯେଉଁ ଲୋକମାନଙ୍କୁ ବାଣ କିଣିବାର ଇଛା ହେବ ସେମାନେ ଏହି ଲୋକଙ୍କ ସହ ସମ୍ପର୍କ କରିପାରିବେ। ଏହାପରେ ଗ୍ରାହକ ଟଙ୍କା ପଠାଇବା ପରେ ବାଣ ପ୍ୟାକେଟ ମଧ୍ୟ ଟ୍ରାନ୍ସଫର ହେଉଥିଲା। ଏଭଳି ବେଆଇନ୍ କାର୍ଯ୍ୟ ମେରଠରେ ଚାଲୁଥିଲା କାରଣ ମେରଠରେ ବାଣ ବ୍ୟାନ କରାଯାଇଛି କିନ୍ତୁ ଲୋକମାନେ ଏହାପରେ ମଧ୍ୟ ଆଇନକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି।