ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ପରି ମହାମାରୀ ସମୟରେ ପ୍ରବାସୀମାଙ୍କୁ ସାହାଯ୍ୟ କରିଥିଲେ ଲୋକପ୍ରିୟ ବଲିଉଡ ଅଭିନେତା ସୋନୁ ସୁଦ୍ । ସେମାନଙ୍କୁ ଘରକୁ ପଠାଇବା ଠାରୁ ଆରମ୍ଭ କରି ସେମାନଙ୍କୁ ରୋଜଗାର ଯୋଗାଇଦେବା ଯାଏଁ ଅନେକ କାମ କରିଥିଲେ ସେ । ଲୋକମାନଙ୍କ ହୃଦୟ ଜିତିପାରିଥିଲେ ସୋନୁ । ଲୋକମାନେ ତାଙ୍କୁ ଭଗବାନ ବୋଲି ମଧ୍ୟ କହିବା ଆରମ୍ଭ କରିଦେଇଥିଲେ ।
କିନ୍ତୁ ସେ ନିଜକୁ ସାମାନ୍ୟ ମଣିଷ ଛଡା ଆଉ କିଛି ଭାବନ୍ତି ନାହିଁ । ନିକଟରେ ସୋନୁ ଏକ ପୁସ୍ତକ ଲେଖି ବେଶ୍ ଚର୍ଚ୍ଚାରେ ଅଛନ୍ତି ।ଲକଡାଉନ୍ ସମୟରେ ସେ ଲେଖିଛନ୍ତି ‘ଆଇ ଆମ୍ ନୋ ମସିହା’ ।ସୋସିଆଲ ମିଡିଆରେ ପୁସ୍ତକ ବିଷୟରେ ସୂଚନା ଦେଇ ସେ ଲେଖିଛନ୍ତି ଯେ ମୁଁ ବହୁତ୍ ଖୁସି ମୋ ପୁସ୍ତକ ‘ଆଇ ଆମ୍ ନୋ ମସିହା’ ଡିସେମ୍ବରରେ ଲଞ୍ଚ ହେବାକୁ ଯାଉଛି । ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ପରି ଏହା ମୋ ଜୀବନର କାହାଣୀ । ସୋନୁ ତାଙ୍କ ପୁସ୍ତକ ପଢିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ପୁସ୍ତକର ସହଲେଖିକା ହେଉଛନ୍ତି ମୀନା ଆୟର ।ପୁସ୍ତକ ଛାପିବାର ଭାର ପେଙ୍ଗୁଇନ୍ ପ୍ରକାଶନ ଗୃହ ନେଇଛି ।
Delighted to announce that my book #IAmNoMessiah will be out in December. This is a story of my life, as much as it is of the thousands of migrant workers. @PenguinIndia @Meena_Iyer
Pre-order in English: https://t.co/DeXuAgjSOJ
and Hindi: https://t.co/bdhBsJDdpH pic.twitter.com/F4xFYGQkyJ— sonu sood (@SonuSood) November 12, 2020
କରୋନା ସମୟରେ ସମସ୍ତଙ୍କୁ ସାହାଯ୍ୟ କରି ଅନେକ ଲୋକଙ୍କ ହୃହୟ ଜିତି ପାରିଥିବା ସୋନୁଙ୍କ ପୁସ୍ତକ ପୁସ୍ତକ ପଢିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।