ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଅଧର୍ମର ନାଶ କରି ଧର୍ମର ସ୍ଥାପନା କରିବା ପାଇଁ ଅର୍ଚ୍ଚିତା ନେଉଛନ୍ତି ଦୁର୍ଗତିନାଶିନୀ ରୂପ । ନିର୍ଦ୍ଦେଶକ ଡି. ରାଜା ଦୀପାବଳିରେ ଭେଟି ଦେବାକୁ ଯାଉଛନ୍ତି ଏକ ନୂଆ ସିନେମା ‘ଦୁର୍ଗତିନାଶିନୀ’ । ଯାହାର ମୁଖ୍ୟ ଭୂମିକାରେ ନଜର ଆସିବେ ଓଡିଶାର ଲୋକପ୍ରିୟ ନାୟିକା ଅର୍ଚ୍ଚିତା ଓ ତାଙ୍କ ବିପକ୍ଷରେ ଅଛନ୍ତି ପାର୍ଥ ସାରଥି ରାୟ । ଏହି ସିନେମାରେ ଅର୍ଚ୍ଚିତାଙ୍କ ଆକ୍ସନ ଭୂମିକା ଦର୍ଶକମାନଙ୍କୁ ଶତ ପ୍ରତିଶତ ମନୋରଞନ ଦେବାରେ ସହାୟକ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।
ଦୁର୍ଗତିନାଶିନୀରେ ଅର୍ଚ୍ଚିତାଙ୍କୁ ଆଇପିଏସ୍ ନିତ୍ୟା ଦାସ ଭୂମିକାରେ ଦେଖିବାକୁ ମିଳିବ ।ଏକ ଚର୍ଚ୍ଚିତ ରୋମାଞ୍ଚକ ଭରା ସତ୍ୟ ଘଟଣାକୁ ଆଧାର କରି ଏହି କାହାଣୀ ରଚନା କରାଯାଇଛି ବୋଲି କହିଛନ୍ତି ନିର୍ଦ୍ଦେଶକ ଡି.ରାଜା ।ସେ ଆଉ ମଧ୍ୟ କହିଛନ୍ତି ଯେ ପାର୍ଥ ନୂଆ ଅଭିନେତା ହେଲେ ମଧ୍ୟ ସେ ପ୍ରତିଭାଶାଳୀ ଅଭିନେତା ଅଟନ୍ତି ଓ ଅର୍ଚ୍ଚିତା ଜଣେ ଭଲ ସହଯୋଗୀ ଅଭିନେତ୍ରୀ ଅଟନ୍ତି । ।
ଏହି ସିନେମାରେ ଅକ୍ଷୟ ପରିଜା ପ୍ରଯୋଜନା ସଂସ୍ଥା ପ୍ରଯୋଜକ ଭାର ସମ୍ଭାଳିଥିବା ବେଳେ ସିନେମାଟୋଗ୍ରାଫିର ଭାର ସମ୍ଭାଳିଛନ୍ତି ପ୍ରତାପ ରାଉତ୍ ଯିଏ କି ଅଗସ୍ତ୍ୟା,ବିଜୁ ବାବୁ ପରି ଓଡିଆ ଓ ବେବି , ଏମ୍ଏସ୍ ଧୋନି ପରି ହିନ୍ଦୀ ଫିଲ୍ମ ଆଗରୁ କରିସାରିଛନ୍ତି । ଓ ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍ଲି ରଥ । ଦର୍ଶକ ଏହାକୁ କେତେ ଗ୍ରହଣ କରୁଛନ୍ତି ,ତାହାର ଅପେକ୍ଷା ।