ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ମହାମାରୀ ସମୟରେ ଦେଶର ଅର୍ଥନୈତିକ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି । ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏକ ପ୍ରେସ୍ ମିଟ ଜରିଆରେ ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ୍ ଘୋଷଣା କରିଛନ୍ତି ,ଏହି ପ୍ୟାକେଜ୍ ଅନ୍ତର୍ଗତ ଅନ୍ୟାନ୍ୟ ୧୨ଟି ଘୋଷଣା କରାଯିବ ଯେଉଁଥିରେ ରୋଜଗାର ଯୋଜନାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । କୋଭିଡ କାଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଘୋଷଣା ଜାରି କରାଯାଇଛି । ନିଯୁକ୍ତି ସୁଯୋଗ ଦ୍ବାରା ଦେଶର ଆର୍ଥିକ କ୍ଷେତ୍ରରେ ବେଶ୍ ସୁଧାର ଆସିବ ବୋଲି ନିର୍ମଳା ସୀତା ରମଣ କହିଛନ୍ତି ।