ସନ୍ଷ୍ଟାର ଟିଭି ବ୍ୟୁରୋ
ଓ୍ଵାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବିଜୟ ଲାଭ କରିବା ପରେ ଏବେ ନିଜ ଟିମ୍ ଗଠନ କରିବାକୁ ଯାଉଛନ୍ତି । ଭାରତୀୟ ବଂଶୋଦ୍ଭବ କମଳା ହୈରିସ୍ ଉପ-ରାଷ୍ଟ୍ରପତି ପଦ ହାସଲ କରିଥିବାବେଳେ ପ୍ରାୟ ୨୦ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ୍ ତାଙ୍କ ଟିମ୍ରେ ସାମିଲ କରିବାକୁ ଯାଉଛନ୍ତି । ସେଥିମଧ୍ୟରୁ ନିଜର ରିଭ୍ୟୁ ଟିମ୍ର ଲିଡର ଭାବେ ୩ ପ୍ରବାସୀ ଭାରତୀୟଙ୍କୁ ମନୋନୀତ କରିଛନ୍ତି ।
ବାଇଡେନ୍ଙ୍କ ଟିମ୍ରେ ସାମିଲ ହେବାକୁ ଯାଉଥିବା ୨୦ ଜଣ ଭାରତୀୟ ବଂଶୋଦ୍ଭବ ଆମେରିକା ନିର୍ବାଚନ ପରିଚାଳନାରେ ମୁଖ୍ୟ ଭୂମିକା ସାଜିଥିଲେ । ଶୁଣିବାକୁ ମିଳୁଛି ଯେ, ଏହି ୨୦ ଜଣ ଭାରତୀୟ ବଂଶୋଦ୍ଭବ ଙ୍କ ପ୍ରଚେଷ୍ଟା ଯୋଗୁଁ ଆମେରିକା ଶାସନରେ ପରିବର୍ତ୍ତନ ସମ୍ଭବ ହେଲା । ନିର୍ବାଚନ ସମୟରେ ଏମାନଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ବେଶ୍ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା । ସେତେବେଳେ ମଧ୍ୟ ଶୁଣାଯାଉଥିଲା ଯେ ବାଇଡେନ୍ ଯଦି ନିର୍ବାଚନ ଜିତନ୍ତି, ତେବେ ଏହି ଭାରତୀୟ ବଂଶୋଦ୍ଭବମାନେ ଭଲ ପଦବୀରେ ରହିବେ ।