<h3 style="text-align: center;"><strong>ସନଷ୍ଟାର ଟିଭି ବ୍ୟୁରୋ</strong></h3> <img class="alignnone size-medium wp-image-989 aligncenter" src="https://sunstartv.com/odia/wp-content/uploads/2020/11/india-to-introduce-e-voting-ec-collaborates-with-iit-madras-on-the-project-300x167.jpg" alt="" width="300" height="167" /> <h4><strong>ଭୁବନେଶ୍ୱର;</strong> ଦୀର୍ଘ ବର୍ଷ ପରେ ପୌର ନିର୍ବାଚନ ର ଅଚଳାବସ୍ଥା ରେ ସୁଧାର ଆସିବାକୁ ଯାଉଛି। ଆସନ୍ତା ୨୦ ତାରିଖରୁ ହେବାକୁଥିବା ବିଧାନସଭା ର ଶୀତକାଳୀନ ଅଧିବେଶନରେ ପୌରନିୟମରେ ସଂଶୋଧନ ନେଇ ବିଧେୟକ ଆସିବ ।ଏବଂ ଏହା ଗୃହର ଅନୁମୋଦନ ଲାଭ କରି ପାରିତ ହେବାପରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ରାଜ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ସରକାର ଅବଗତ କରାଇବେ ।ଏହାପରେ କମିଶନ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ।ସେପଟେ ହାଇକୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ସଂରକ୍ଷଣ ହାର ୫୦ ପ୍ରତିଶତ ମଧ୍ୟ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।ସୂଚନାଯୋଗ୍ୟ ୱାର୍ଡ ପୁନର୍ଗଠନ , ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପାଇଁ ସର୍ବନିମ୍ନ ୬ ମାସ ସମୟ ଆବଶ୍ୟକ ବୋଲି ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପୋୖରାଞ୍ଚଳର ସୀମା ପୁନଃନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ରେ ସଂଶୋଧନ ଆସିବାପରେ ୨୦୨୧ ଜୁନ ବେଳକୁ ପୌରନିର୍ବାଚନ ର ସମ୍ଭାବନା ଅଛି ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣାପଡିଛି ।</h4>