ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ; ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନ ନିଜ ଅପ୍ରଧକୁ ସ୍ୱୀକାର କରିଛି ।ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ୧୧ ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସାମିଲ୍ ଥିଲେ। ଏସମ୍ପର୍କରେ ପ୍ରଥମ ଥର ପାଇଁ ପାକିସ୍ତାନ ସ୍ବୀକାର କରିଛି। ଏନେଇ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ କୁହାଯାଇଛି। ଗତ କିଛି ବର୍ଷ ଧରି ଭାରତ ଏହି ଆକ୍ରମଣ ନେଇ ପାକିସ୍ତାନ ଉପରେ ବାରମ୍ବାର ଚାପ ପକାଉଥିଲା। ଶେଷରେ ପାକିସ୍ତାନ ଏହା ମାନିବାକୁ ବାଧ୍ୟ ହୋଇଛି।