ସନ୍ଷ୍ଟାର ଟିଭି ବ୍ୟରୋ
ଭୁବନେଶ୍ବର ୧୧।୧୧ : କୋଭିଡ଼ କଟକଣାକୁ ଆଖି ଆଗରେ ରଖି ଚଳିତ ବର୍ଷ ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ। କମିଶନରେଟ୍ ପୋଲିସ ଦ୍ବାରା ଏଭଳି ପଦକ୍ଷେପ ନିଆଯାଇଛି । ନିୟମ ଉଲ୍ଲଂଘନ କରି ବାଣ ଫୁଟାଇଲେ ଏଥି ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ଜଟଣୀରେ ଥିବା ୩ଟି ବାଣ ଗୋଦାମକୁ ସିଲ୍ କରାଯାଇଛି । ଆଗକୁ ଧନ୍ତିରସ୍ ଆସୁଛି, ତେଣୁ ସୁନା କିଣାବିକା ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ସୁନା ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି। କରୋନା ମହାମାରୀ କାରଣରୁ ଦୀପାବଳି ପାଳନକୁ ନେଇ ସହରବାସୀଙ୍କୁ ସଚେତନ କରାଇବା ସହ ଦୀପାବଳିରେ କୌଣସି ପ୍ରକାର ବାଣ ଫୁଟିବା ନେଇ ସରକାର ମଧ୍ୟ କଟକଣା ଜାରି କରିଛନ୍ତି।
ଏହା ପୂର୍ବରୁ କଟକରେ ମଧ୍ୟ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ନିୟମ ଭାଙ୍ଗିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବାଣ ଫୁଟାଇବା ଉପରେ କଟକଣା ଲାଗିଥିବାରୁ କଟକ ପୋଲିସ ପ୍ରଶାସନ ତରଫରୁ ସ୍ବତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ କରାଯିବ ।
ନଭେମ୍ବର ୧୪ ତାରିଖରେ ଆଲୋକର ପର୍ବ ଦୀପାବଳି । ଚଳିତ ବର୍ଷ ଦୀପାବଳିରେ ଶୋଭା ପାଇବ କେବଳ ରଙ୍ଗବେରଙ୍ଗ ଆଲୋକଦ୍ବୀପ। ବଜାରରେ ଏଥର ରଙ୍ଗବେରଙ୍ଗର ଭଳିକିଭଳି ମାଟିଦୀପର ସମ୍ଭାର ଦେଖିବାକୁ ମିଳିଛି। ଛୋଟ ଦୀପଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ରଙ୍ଗରେ ସଜ୍ଜିତ ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଯେହେତୁ ବାଣ ଫୁଟିବା ମନା ସେଥିପାଇଁ ଭଲି କିଭଳି ମାଟି ଦୀପର ଚାହିଦା ବଢ଼ିବ ବୋଲି ଜଣାପଡୁଛି ।